www.samajalive.in
Friday, December 12, 2025
26.1 C
Bhubaneswar

ଦକ୍ଷତା ବିକାଶ ଦ୍ୱାରା ହିଁ କ୍ଷମତାର ସଠିକ୍ ଉପଯୋଗ ହୋଇପାରିବ-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ଫ୍ୟୁଚର ସ୍କିଲ୍ସ ଫରୋମ ଠାରେ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ଦକ୍ଷତା ପାଠ୍ୟକ୍ରମର ଡିଜିଟାଲ୍ ସଂସ୍କରଣ ଉନ୍ମୋଚନ କରିଛନ୍ତି।

ଏଥିରେ ଉପଲବ୍ଧ ଥିବା ଡିଜିଟାଲ ପାଠକୁ ବ୍ୟବହାର କରି ଦକ୍ଷତା ପରିସଂସ୍ଥାନର ୨୫ ଲକ୍ଷ ଶିକ୍ଷାର୍ଥୀ ଚାକିରି ପାଇଁ ପ୍ରସ୍ତୁତ ହୋଇପାରିବେ। ସବୁ ସମୟରେ ଆବଶ୍ୟକତାକୁ ପୂରଣ କରିବା, ସବୁଠି ପଢିବା ଲକ୍ଷ୍ୟରେ ଏହି ମାପଦଣ୍ଡକୁ ଭାରତ ସରକାରଙ୍କ ଭାରତ ପୋର୍ଟାଲ ଏବଂ ଅନ୍ୟ ପ୍ଲାଟଫର୍ମ ମାଧ୍ୟମରେ ୨୫ ଲକ୍ଷ ଶିକ୍ଷାର୍ଥୀ ବ୍ୟବହାର କରିପାରିବେ। ଶିଳ୍ପ ସଂସ୍ଥାର ସାହାଯ୍ୟରେ ପ୍ରସ୍ତୁତ ହୋଇଥିବା ପାଠ୍ୟକ୍ରମରେ ୧୨ଟି ମଡ୍ୟୁଲ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

- Advertisement -

ଶ୍ରୀ ପ୍ରଧାନ ଦକ୍ଷତା ବୃଦ୍ଧି ଦ୍ୱାରା ରୋଜଗାର କ୍ଷମତା ବଢାଇବା, ଭାରତର ଭବିଷ୍ୟତକୁ ବଢିବା ଏବଂ ଏକବିଂଶ ଶତାବ୍ଦୀ ପାଇଁ ମାନବ ସମ୍ବଳ କିପରି ପ୍ରସ୍ତୁତ କରିବା ଉପରେ ମଧ୍ୟ ଚର୍ଚ୍ଚା ଓ ଆଲୋଚନା କରିଥିଲେ। ସେ କହିଛନ୍ତି ଆଗାମୀ ଦିନରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି କରିବା ସମୟରେ ଭାରତ ସର୍ବବହତ ଅର୍ଥନୀତିରେ ପରିଣତ ହେବ।

ଡିଜିଟାଲ ପେମେଣ୍ଟେରୁ ଭାକ୍ସିନେସନ ପର୍ଯ୍ୟନ୍ତ ଆମେ ପ୍ରଯୁକ୍ତିବିଦ୍ୟାକୁ ଜୀବନର ଅନେକ କ୍ଷେତ୍ରରେ ଆପଣାଇବା ସହ ଆଗକୁ ବଢୁଛୁ ଏବଂ ଟେକ୍ନୋଲୋଜି ମାଧ୍ୟମରେ ଅନେକ ସେବା ସୁବିଧା ପ୍ରଦାନ କରାଯାଉଛି। ବର୍ତ୍ତମାନର ଆଧୁନିକ ଯୁଗରେ କର୍ମକ୍ଷେତ୍ରର ଭଙ୍ଗୀରେ ପରିବର୍ତ୍ତନ ଆସୁଛି। ଦକ୍ଷତା ବିକାଶ ହିଁ ଡେମୋଗ୍ରାଫିର କ୍ଷମତାର ସଠିକ୍ ଉପଯୋଗ କରିବାର ଏକ ଚାବିକାଠି ହେବ।

ଦକ୍ଷତା ପରିସଂସ୍ଥାନକୁ ସୁଦୃଢ଼ କରିବା ସହ ଏଆଇ ଓ ଆଇଓଟି ଭଳି ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ସମାଜର ବୃହତ କଲ୍ୟାଣ ଓ ଭବିଷ୍ୟତର ମାନବ ସମ୍ବଳକୁ ପ୍ରସ୍ତୁତ କରିବା ପାଇଁ ଶିଳ୍ପ ସମୂହ ଏକତ୍ର ହେବା ଖୁସିର ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାରରେ ଭାରତର ସାମର୍ଥ୍ୟ ବିଶ୍ୱକୁ ଲାଭ ଦେବ। ଜାତୀୟ ଶିକ୍ଷା ନୀତି ମଧ୍ୟ ପାଠ ପଢିବା ସହ ରୋଜଗାର କରିବାର ସୁଯୋଗ ସୃଷ୍ଟି କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories