www.samajalive.in
Saturday, December 13, 2025
21.1 C
Bhubaneswar

ଦିବ୍ୟାଙ୍ଗ ପରିବାରକୁ ସରକାରୀ ଅବହେଳା ଅଭିଯୋଗ-ମିଳୁନାହିଁ ଘର ଓ ଚାଉଳ

ପାଟଣା – ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣୀ ପୋଖରୀ ପଞ୍ଚାୟତ ଦାଣ୍ଡିପଶି ଗ୍ରାମର ଦିବ୍ୟାଙ୍ଗ ଦର୍ଶନିଆ ମୁଣ୍ଡା (୪୮)ଙ୍କ ପରିବାର ଏବେ ଦୁଃଖ କଷ୍ଟରେ ଚଳୁଛନ୍ତି । ପରିବାରର ସମସ୍ତ ସଦସ୍ୟଙ୍କୁ ପଡି କାର୍ଡ ରେ ଚାଉଳ ମିଳୁ ନାହିଁ । ଏପରିକି ସେମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଆବାସ ଯୋଜନାରେ ଆଜି ପର୍ଯ୍ୟନ୍ତ ଘରଟିଏ ମିଳିନାହିଁ ।

ଚଲବୁଲା ପାଇଁ ତିନି ଚକିଆ ସାଇକେଲ ଖଣ୍ଡିଏ ମଧ୍ୟ ପ୍ରଶାସନ ଯୋଗାଇ ଦେବାରେ ସକ୍ଷମ ହୋଇନାହିଁ । ଘଟଗାଁ ବ୍ଲକ ତୋରାଣୀପୋଖରୀ ପଞ୍ଚୟତ ଦାଣ୍ଡି ପଶି ଗ୍ରାମରେ ରହନ୍ତି ଦର୍ଶନିଆ ମୁଣ୍ଡା (୪୮)ଙ୍କ ୫ ଜଣିଆ ପରିବାର । ପରିବାର କହିଲେ ତାଙ୍କ ସ୍ତ୍ରୀ ସାବିତ୍ରୀ ମୁଣ୍ଡା ,ଝିଅ ରଶ୍ମିତା(୧୮) ,ପୁଅ ଜଗନ୍ନାଥ (୧୩) ଏବଂ ରୁଦ୍ର(୧୦) ଙ୍କ ସହ ଦର୍ଶନିଆ ଙ୍କ ଦିବ୍ୟାଙ୍ଗ ଅବିବାହିତା ଭଉଣୀ ମନ୍ଦା ମୁଣ୍ଡା(୨୫) ମଧ୍ୟ ରହନ୍ତି। ଘରର ମୋଟ ସଦସ୍ୟ ସଦସ୍ୟା ଙ୍କ ସଂଖ୍ୟା ୬ ହୋଇଥିଲେ ବେଳେ କେବଳ ୪ ଜଣକୁ ମାସକୁ ୫ କେଜି ଲେଖାଏଁ ଚାଉଳ ମିଳେ ।

- Advertisement -

ଦର୍ଶନିଆ ଙ୍କ ୨ ନାବାଳକ ପୁଅ ଙ୍କୁ ଚାଉଳ ମିଳେ ନାହିଁ । ଦର୍ଶନିଆ ଓ ତାଙ୍କ ଭଉଣୀଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁଥିଲେ ମଧ୍ୟ ଗୋଟିଏ ୩ ଚକିଆ ସାଇକେଲ ମଧ୍ୟ ସେମାନଙ୍କୁ ମିଳିନାହିଁ । ଏପରିକି ଆବାସ ଯୋଜନା ରେ ଘରଟିଏ ମଧ୍ୟ ମିଳିନାହିଁ ।ଏପରି ଅବସ୍ଥାରେ ପରଘରେ ଦର୍ଶନିଆଙ୍କ ସ୍ତ୍ରୀ ସାବିତ୍ରୀ ମୁଣ୍ଡା କାମଧନ୍ଦା କରି ପରିବାରକୁ ବଞ୍ଚାଇ ରଖିଛନ୍ତି । ଅଭାବ ଅନାଟନ ରେ ଥିବା ଦର୍ଶନିଆ ଙ୍କ ପରିବାର କୁ ଆବାସ ଯୋଜନାରେ ଏକ ଘର, ତାଙ୍କ ୨ ନାବାଳକ ପୁଅ ପାଇଁ ମାସିକ ଚାଉଳ ବ୍ୟବସ୍ଥା ସହ ଦର୍ଶନିଆ ଓ ତାଙ୍କ ଭଉଣୀ ମନ୍ଦା ମୁଣ୍ଡା ଙ୍କୁ ୩ ଚକିଆ ସାଇକେଲ ପ୍ରଦାନ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories