www.samajalive.in
Saturday, December 6, 2025
16.1 C
Bhubaneswar

ମଣିପୁର ବିଜେପିରେ ବିଭାଜନ; ମୁଖ୍ୟମନ୍ତ୍ରୀଙ୍କ ବୈଠକକୁ ଆସିଲେନି ୧୯ ବିଧାୟକ

ଇମ୍ଫାଲ: ମଣିପୁରରେ ଲାଗି ରହିଥିବା ଜାତିଆଣ ହିଂସାକୁ ନେଇ ଶାସକ ବିଜେପିରେ ବିଭାଜନ ହୋଇଛି। ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ମଙ୍ଗଳବାର ରାତିରେ ଡକାଇଥିବା ବୈଠକରେ ବିଜେପିର ୧୯ ବିଧାୟକ ଅନୁପସ୍ଥିତ ରହିବା ପରେ ଏହି ବିଭାଜନ ଜଣାପଡିଛି। ରାଜ୍ୟରେ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ବର୍ଷାଧିକ କାଳ ହିଂସା ଲାଗି ରହିଛି। ଏହି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଡକାଇଥିବା ବୈଠକରେ ମୈତେଇ ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରୁଥିବା ବିଧାୟକମାନେ ଯୋଗ ଦେଇନାହାନ୍ତି। ବୈଠକରେ ଅନୁପସ୍ଥିତ ରହିଥିବା ବିଧାୟକଙ୍କ ମଧ୍ୟରୁ କେତେକ ମନ୍ତ୍ରୀ ଥିବାବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନୋଟିସ ଜାରି କରିଛନ୍ତି। ହିଂସା ସହିତ ସରକାରରୁ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)ର ସମର୍ଥନ ପ୍ରତ୍ୟାହାର ସମ୍ପର୍କରେ ଆଲୋଚନା ଲାଗି ମୁଖ୍ୟମନ୍ତ୍ରୀ ବୈଠକ ଡକାଇଥିଲା। ବୈଠକ ସମ୍ପର୍କରେ ରବିବାର ବିଜେପି ବିଧାୟକଙ୍କୁ ସୂଚନା ଦିଆଯାଇଥିଲା। ବୈଠକକୁ ବିଜେପି ସହିତ ସହଯୋଗୀ ଦଳ ନାଗା ପିପୁଲ୍ସ ଫ୍ରଣ୍ଟ, ଜେଡିୟୁ ଓ ତିନି ସ୍ବାଧୀନ ବିଧାୟକଙ୍କୁ ଡକାଯାଇଥିଲା। ବୈଠକରେ ଏନପିପିର ମଧ୍ୟ ତିନିଜଣ ବିଧାୟକ ଯୋଗ ଦେଇଥିଲେ। ବୈଠକରେ ମୈତେଇ ସମ୍ପ୍ରଦାୟର ୬ଜଣଙ୍କୁ ହତ୍ୟା କରାଯିବା ଘଟଣାକୁ ମୁଖ୍ୟମନ୍ତ୍ରୀ ନିନ୍ଦା କରିଥିଲେ। ମଣିପୁର ହିଂସାକୁ ନେଇ ବିଜେପିରେ ବିଭାଜନ ହୋଇଥିବାବେଳେ କଂଗ୍ରେସ ଦଳ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି। ପ୍ରଦେଶ କଂଗ୍ରେସ ସଭାପତି କେ ମେଘାଚନ୍ଦ୍ର ସିଂହ କହିଛନ୍ତି ଯେ ମଣିପୁର ହିଂସାକୁ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ ହୋଇଛି। ଅନ୍ୟପଟେ ହିଂସାକୁ ନେଇ ଲାଗୁ ହୋଇଥିବା କର୍ଫ୍ୟୁକୁ ଆଂଶିକ ପ୍ରତ୍ୟାହାର କରାଯାଇଛି। ପୂର୍ବ ଇମ୍ଫାଲ, ପଶ୍ଚିମ ଇମ୍ଫାଲ ଓ କାକଚିଙ୍ଗ ଜିଲାରୁ ବୁଧବାର ସକାଳ ୫ଟାରୁ ୧୦ଟା ପର‌୍ୟ୍ୟନ୍ତ କର୍ଫ୍ୟୁକୁ ଉଠାଇ ଦିଆଯାଇଛି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାର ସୁଯୋଗ ଦେବା ଲାଗି କର୍ଫ୍ୟୁକୁ ଆଂଶିକ ଉଠାଇ ଦିଆଯାଇଛି। ସେହିପରି ବ୍ରଡବ୍ୟାଣ୍ଡ ବ୍ଲାକଆଉଟ୍‌କୁ ସର୍ତ୍ତଭିତ୍ତିକ ଉଠାଇ ଦିଆଯାଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories