www.samajalive.in
Monday, December 8, 2025
24.1 C
Bhubaneswar

କ୍ରମାଗତ ସପ୍ତମ ଦିନ ପାଇଁ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକ ପକ୍ଷରୁ କ୍ରମାଗତ ସପ୍ତମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୨୯ ରୁ ୩୦ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୨୫ ରୁ ୨୬ ପଇସା ବୃଦ୍ଧି ପାଇଛି। ଦିଲ୍ଲୀ ଏବଂ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ଦିଲ୍ଲୀ-ମୁମ୍ବଇରେ ନୂଆ ରେକର୍ଡ

- Advertisement -

ଏହି ଦୁଇଟି ସହରରେ ପେଟ୍ରୋଲ ଦର ସର୍ବୋଚ୍ଚ ସ୍ତରରେ ଅଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୮୮.୯୯ ରେ ପହଞ୍ଚିଥିବାବେଳେ ମୁମ୍ବଇରେ ଲିଟର ପିଛା ୯୫.୪୬ ଟଙ୍କାରେ ପହଞ୍ଚିଛି। ଏଥି ସହିତ ଡିଜେଲରେ ଦିଲ୍ଲୀରେ ୭୯.୩୫ ଟଙ୍କା ଏବଂ ମୁମ୍ବଇରେ ୮୬.୩୪ ଟଙ୍କାରେ ପହଞ୍ଚିଛି। ମୁମ୍ବଇରେ ଡିଜେଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ରହିଛି । ସାତ ଦିନ ମଧ୍ୟରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨.୦୬ ଟଙ୍କା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୨.୨୭ ଟଙ୍କା ବୃଦ୍ଧି ପାଇଛି।

ପ୍ରମୁଖ ମହାନଗରୀ ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲ ଦର

ଆଇଓସିଏଲରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଗୋଟିଏ ଲିଟର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହେଉଛି :

ସିଟି            ଡିଜେଲ               ପେଟ୍ରୋଲ

ଦିଲ୍ଲୀ          ୭୯.୩୫               ୮୮.୯୯

କୋଲକାତା ୮୨.୯୪                 ୯୦.୨୫

ମୁମ୍ବାଇ        ୮୬.୩୪              ୯୫.୪୬

ଚେନ୍ନଇ       ୮୪.୪୪                ୯୧.୧୯

(ପେଟ୍ରୋଲ-ଡିଜେଲର ମୂଲ୍ୟ ଟଙ୍କା ପ୍ରତି ଲିଟର ପିଛା)

ଆଜି ପେଟ୍ରୋଲ ୨୬ ପଇସା ଏବଂ ଡିଜେଲ ଲିଟର ପିଛା ୩୦ ପଇସା ମହଙ୍ଗା
ପେଟ୍ରୋଲ୨୬ ପଇସା ଏବଂ ଡିଜେଲରେ ଲିଟର ପିଛା ୩୦ ପଇସା ବୃଦ୍ଧି ହୋଇଛି। ଏହା ସ୍ଥାନୀୟ ବିକ୍ରୟ କର କିମ୍ବା ଭ୍ୟାଟ୍ ଏବଂ ବିଭିନ୍ନ ରାଜ୍ୟରେ ଆଦାୟ ହେଉଥିବା ମାଲ ପରିବହନକୁ ବାଦ ଦେଇ ବୃଦ୍ଧି ପାଇଛି । ରବିବାର ଦିନ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୮୮.୭୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୯.୦୬ ଟଙ୍କାରେ ବିକ୍ରି ହେଉଥିଲା।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories