www.samajalive.in
Thursday, December 11, 2025
14.1 C
Bhubaneswar

ବାଧୁଛି ଡିଜେଲ ଦର : ଚାପରେ ବସ୍‍ ମାଲିକ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲର ମାତ୍ରାଧିକ ଦରବୃଦ୍ଧି ପରିବହନ କ୍ଷେତ୍ରକୁ ପ୍ରଭାବିତ କରିଛି। ପରିବହନ ଖର୍ଚ୍ଚ ବଢ଼ୁଛି। ଡିଜେଲ ମୂଲ୍ୟ ବୃଦ୍ଧି ଦ୍ୱାରା ରାଜ୍ୟର ସର୍ବାଧିକ ଲୋକ ନିର୍ଭର କରୁଥିବା ବସର ଭଡ଼ା ବି ବଢ଼ିଛି। ବର୍ଦ୍ଧିତ ମୂଲ୍ୟରେ ଡିଜେଲ କିଣିବା ଦ୍ୱାରା ଯାତ୍ରୀ ପରିବହନରେ ଲାଭ ହେଉ ନଥିବା ବସମାଲିକ ସଂଘ ଅଭିଯୋଗ କରିଛି। ଏ ଧାରା ଜାରି ରହିଲେ ଘରୋଇ ବସ ଚଳାଚଳ ବିପର୍ଯ୍ୟୟ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି।
ଓଡ଼ିଶା ବସ୍‍ ମାଲିକ ସଂଘ ଅଭିଯୋଗ କରିଛି ଯେ କେନ୍ଦ୍ର ସରକାର ଡିଜେଲ ଲିଟର ପିଛା ଦାମ ୨ଟଙ୍କା ୫୦ପଇସା କମ କରିଥିଲେ ହେଁ ତାହା ପର୍ଯ୍ୟାପ୍ତ ନୁହେଁ। ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅବ୍ୟାହତ ରଖିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଡ଼ିଜେଲ ଉପରେ ଲିଟର ପିଛା ସର୍ବନିମ୍ନ ୩୦ଟଙ୍କା ଯଥାଶୀଘ୍ର ହ୍ରାସ କରାଯିବାର ଆବଶ୍ୟତା ଅଛି। ନଚେତ ରାଜ୍ୟ ସରକାର ବସଗୁଡ଼ିକୁ ଦୈନିକ ଆବଶ୍ୟକ ମୁତାବକ ଡ଼ିଜେଲ ରିଆତି ମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା କରନ୍ତୁ। ରିଆତି ଡ଼ଜେଲର ମୂଲ୍ୟ ଅନୁଯାୟୀ ସ୍ୱୟଂକ୍ରିୟ ପ୍ରକ୍ରିୟାରେ ବସ ଭଡ଼ା ମଧ୍ୟ ସ୍ଥିର କରାଯାଉ ବୋଲି ସଂଘ ଦାବି କରିଛି।
ସୂଚନାଯୋଗ୍ୟ ଯେ ଏବେ ରାଜ୍ୟରେ ଏବେ ୧୭ ହଜାର ଘରୋଇ ଓ ପରିବହନ ନିଗମର ୫ଶହ ବସ ଚାଲିଛି। ଗୋଟିଏ ଭଲ ବସ୍‍(ବାତାନୁକୂଳିତ) ଚଳାଇବାକୁ ୪୦ରୁ ୫୦ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡ଼ୁଛି। ଓଡ଼ିଶା ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ ଦୈନିକ ୩୨୦କିମି ଚାଲୁଥିବା ଗୋଟିଏ ବସର ଖର୍ଚ୍ଚ ହିସାବକୁ ନେଲେ ବସ ବ୍ୟବସାୟ ସମ୍ପୂର୍ଣ୍ଣ କ୍ଷତିରେ ଚାଲିଛି। ଏବେ ଗୋଟିଏ ଲିଟର ଡ଼ିଜେଲର ମୂଲ୍ୟ ପ୍ରାୟ ୮୦ଟଙ୍କା। ଏକ ଲିଟରରେ ଗୋଟିଏ ବସ ମାତ୍ର ୪କିମି ଚାଲେ। ଦୈନିକ ୩୨୦କିମି ଚାଲୁଥିବା ବସ ପାଇଁ ସର୍ବନିମ୍ନ ୮୦ଲିଟର ଡ଼ିଜେଲ ଦରକାର। ଏହାର ମୂଲ୍ୟ ୬୨୪୦ଟଙ୍କା। ଏହା ବ୍ୟତୀତ ଦୈନିକ ରୋଡ଼ ଟ୍ୟାକ୍ସ, ବୀମା, ଟାୟାର, ଟ୍ୟୁବ, କର୍ମଚାରୀଙ୍କ ଦରମା ପାଇଁ ପ୍ରାୟ ୪୫୦୦ଟଙ୍କା ଓ ବ୍ୟାଙ୍କ କିସ୍ତି ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ପ୍ରାୟ ୪୩୦୦ଟଙ୍କା ଖର୍ଚ୍ଚ ହୋଇଥାଏ। ସମୁଦାୟ ସର୍ବନିମ୍ନ ଦୈନିକ ଖର୍ଚ୍ଚ ୧୫,୦୪୦ ଟଙ୍କା ଖର୍ଚ୍ଚ ହୁଏ। ବସରେ ୮୦ ପ୍ରତିଶତ ଯାତ୍ରୀଙ୍କ ଭଡ଼ା ହିସାବକୁ ନେଲେ ସର୍ବାଧିକ ୧୧ହଜାର ଟଙ୍କା ଆଦାୟ ହେବ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଦୈନିକ ୩୨୦କିମି ଚାଲୁଥିବା ଗୋଟିଏ ବସ ୪ହଜାର ଟଙ୍କା କ୍ଷତିରେ ଚାଲୁଛି। ଡିଜେଲର ଦରବୃଦ୍ଧି ଓ ହ୍ରାସ ସମୟରେ ରାଜ୍ୟ ସରକାର ସ୍ୱୟଂକ୍ରିୟ ପ୍ରକ୍ରିୟା ମାଧ୍ୟମରେ ବସ ଭଡ଼ା ସ୍ଥିର କରୁଛନ୍ତି। ମାତ୍ର ଟ୍ରେନ ଯାତ୍ରାର ଭଡ଼ାଠାରୁ ବସର ଯାତ୍ରୀ ଭଡ଼ା ଭୁବନେଶ୍ୱରଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ହିସାବକୁ ନେଲେ ପ୍ରାୟ ୭୦ଟଙ୍କା ଅଧିକ ରହୁଛି। ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। ଏଭଳି ସ୍ଥିତିରେ ଯେଉଁ ବସ ମାଲିକଙ୍କର ଏକାଧିକ ବସ ଗୋଟିଏ ମାର୍ଗରେ ଚଳାଚଳ କରୁଛି ସେମାନେ କ୍ଷତିରୁ ବର୍ତ୍ତିବା ପାଇଁ କିଛି ବସ ଚଳାଚଳକୁ ବନ୍ଦ ରଖିବାକୁ ବାଧ୍ୟ ହେଉଛନ୍ତି।

Hot this week

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

Related Articles

Popular Categories