www.samajalive.in
Saturday, December 6, 2025
16.1 C
Bhubaneswar

ଚମ୍ପା ରାସ୍‌ପେଦାଙ୍କୁ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଲାପଟପ୍ ଦେଲେ, କହିଲେ ଭଲ ଡାକ୍ତର ହୁଅ

ଭୁବନେଶ୍ୱର: ମେଡିକାଲ ପ୍ରବେଶିକା ପରୀକ୍ଷା ବା ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା  ମାଲକାନଗିରି ଦିଦାୟୀ ସମ୍ପ୍ରଦାୟର କୁମାରୀ ଚମ୍ପା ରାସ୍‌ପେଦାଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚମ୍ପା ହେଉଛନ୍ତି ମେଡିକାଲ ପ୍ରବେଶିକାରେ ଉତ୍ତୀର୍ଣ୍ଣ ହୋଇଥିବା ମାଲକାନଗିରି ଦିଦାୟୀ (ପିଭିଟିଜି) ସମ୍ପ୍ରଦାୟର ପ୍ରଥମ ଛାତ୍ରୀ । ଏହି ଅବସରରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ କୁମାରୀ ଚମ୍ପାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ତାଙ୍କୁ ଏକ ଲାପ୍‍ଟପ୍ ଉପହାର ଦେଇଛନ୍ତି ।

ଏହା ସହ ମୁଖ୍ୟମନ୍ତ୍ରୀ ଚମ୍ପାଙ୍କୁ ଆଶୀର୍ବାଦ କରି ଆଗକୁ ଆହୁରି ଭଲ ପାଠ ପଢ଼ିବାକୁ ପରାମର୍ଶ ଦେଇଛନ୍ତି । ଭଲ ପାଠପଢ଼ି, ଭଲ ଡାକ୍ତର ହୋଇ, ଲୋକଙ୍କ ସେବା କରିପାରିଲେ ତାହା ହେବ ଜୀବନର ସାର୍ଥକତା ହେବ ବୋଲି ମୁଖ୍ୟମନ୍ତ୍ରୀ ଚମ୍ପାକୁ ଉପଦେଶ ଦେଇଛନ୍ତି । ପ୍ରତି ଉତ୍ତରରେ ଚମ୍ପା କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ସାରା ଜୀବନ ତାଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ ।

- Advertisement -

କୁମାରୀ ଚମ୍ପା ହେଉଛନ୍ତି ପିଭିଟିଜି ଦିଦାୟୀ ବର୍ଗର ତଥା ମାଲକାନଗିରି ଜିଲ୍ଲା ଅନୁସୂଚିତ ଜନଜାତି ସମ୍ପ୍ରଦାୟର ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଥିବା ପ୍ରଥମ ଛାତ୍ରୀ । ୨୦୨୫-ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କୁମାରୀ ଚମ୍ପା ଚିତ୍ରକୋଣ୍ଡା ଏସ୍.ଏସ୍.ଡି ସ୍କୁଲରୁ ଦଶମ ଶ୍ରେଣୀ ଓ ଗୋବିନ୍ଦପାଲି ହାୟର ସେକେଣ୍ଡାରୀ  ଏସ୍.ଏସ୍.ଡି ସ୍କୁଲରୁ ଯୁକ୍ତ ଦୁଇ ପାସ୍ କରିଛନ୍ତି । ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କୁମାରୀ ଚମ୍ପା ବର୍ତ୍ତମାନ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ ପାଠ ପଢ଼ିବେ ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories