୩୮ ବର୍ଷରେ ପାଦ ଦେଲେ ଧୋନି

ମୁମ୍ବଇ : ଭାରତୀୟ କ୍ରିକେଟ୍‍ ଦଳର ଅନ୍ୟତମ ସଫଳ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ରବିବାର ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି। ଏହି ଅବସରରେ ସେ ତାଙ୍କ ଝିଅ ଜିଭାଙ୍କ ସହ ମିଶି ନିଜ ଜନ୍ମଦିନ କେକ୍‍ କାଟିଛନ୍ତି।

ଯାହାର ଏକ ଭିଡିଓ ପତ୍ନୀ ସାକ୍ଷୀ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଏହି ଭିଡିଓରେ ଧୋନି ଝିଅ, ପତ୍ନୀ, ବନ୍ଧୁ ଓ ପରିବାରବର୍ଗଙ୍କ ସହ ନଜର ଆସିଛନ୍ତି।

prayash

ଏହାସହିତ ଭିଡିଓରେ ଧୋନିଙ୍କର କିଛି ଫଟୋ ମଧ୍ୟ ଦେଖିବାକୁ ମିଳିଛି। ଜନ୍ମଦିନ ଅବସରରେ ଧୋନିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟିଛି।

ବିଶ୍ୱ କ୍ରିକେଟ୍‍ର ସର୍ବୋଚ୍ଚ ସଂସ୍ଥା ଆଇସିସି ତାଙ୍କର ଭୁରୀଭୁରୀ ପ୍ରଶଂସା କରିଛି। ଧୋନି କୋଟି କୋଟି କ୍ରିକେଟରଙ୍କ ଆଦର୍ଶ ବୋଲି ଆଇସିସି କହିଛି।

Comments are closed.