ନୂଆଦିଲ୍ଲୀ : ଦେଶରେ ବର୍ଷାଜଳ ଅମଳ ଓ ସଂରକ୍ଷଣ ପାଇଁ ରାଷ୍ଟ୍ରବ୍ୟାପୀ ଅତି କମରେ ଗୋଟିଏ ଜଳଉତ୍ସର ପୁନଃରୁଦ୍ଧାର ପାଇଁ ଅନ୍ତତଃ ଗୋଟିଏ ଲେଖାଏଁ କମିଟି ଗଠନ କରିବାକୁ ସରକାର ଦେଶର ସମସ୍ତ ପୌରପାଳିକାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି କମିଟି ଭୂତଳ ଜଳ ଉତ୍ତୋଳନ ଓ ଜଳସ୍ତର ପରିଚାଳନାର ତଦାରଖ କରିବ।
ଚଳିତମାସ ପହିଲାରୁ ଆରମ୍ଭ ହୋଇଥିବା ଏବଂ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜଳଶକ୍ତି ଅଭିଯାନର ପ୍ରଥମ ପର୍ଯ୍ୟାୟର
ଅଂଶସ୍ୱରୂପ ଏ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।



