ଝାଡ଼ଖଣ୍ଡରେ ଧୋନି ସର୍ବାଧିକ ଆୟକରଦାତା

0

ରାଞ୍ଚି : ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ନିଜ ରାଜ୍ୟ ଝାଡ଼ଖଣ୍ଡରେ ବ୍ୟକ୍ତିଗତ ଭାବେ ସର୍ବାଧିକ ଆୟକର ପୈଠ କରିଥିବା ଜଣାପଡିଛି। ୨୦୧୭-୧୮ ଆର୍ଥିକବର୍ଷରେ ଧୋନି ଆୟକର ବାବଦକୁ ୧୨.୧୭ କୋଟି ଟଙ୍କା ଜମା କରିଛନ୍ତି। ପୂର୍ବ ଆର୍ଥିକବର୍ଷ ତୁଳନାରେ ଧୋନି ଏଥର ଆୟକର ବାବଦରେ ୧.୨୪ କୋଟି ଟଙ୍କା ଅଧିକ ପୈଠ କରିଛନ୍ତି। ୨୦୧୬-୧୭ରେ ଧୋନି ୧୦.୯୩ କୋଟି ପୈଠ କରିଥିଲେ ସୁଦ୍ଧା ତାଙ୍କୁ ରାଜ୍ୟର ସର୍ବାଧିକ ଆୟକରଦାତାଙ୍କ ମାନ୍ୟତା ମିଳିନଥିଲା ବୋଲି ଝାଡ଼ଖଣ୍ଡର ମୁଖ୍ୟ ଆୟକର କମିଶନର ଭି.ମହାଲିଙ୍ଗମ କହିଛନ୍ତି।

Leave A Reply