www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ ; ପ୍ରେମିକ ମୃତ

ଢେଙ୍କାନାଳ ସଦର: ପ୍ରେମକୁ ନେଇ ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଂଚଳରେ ଘଟିଛି ଅଭାବନୀୟ ଘଟଣା। ବେକରେ ରସି ଲଗାଇ ଗଛରେ ଝୁଲି ପଡିଲେ ପ୍ରେମୀ ଯୁଗଳ । ତେବେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଜଣଙ୍କ ଗୁରୁତର ହୋଇଛନ୍ତି। ଗୁରୁତର ପ୍ରେମିକା ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇ ଥିବା ଜଣାପଡିଛି। ଗୋବିନ୍ଦପୁର ଫାଣ୍ଡି ଠାରୁ କିଛି ଦୂର ଗୋବିନ୍ଦପୁର ନୂଆ ସାହି ଆମ୍ବ ତୋଟାରେ ଝୁଲନ୍ତା ଅବସ୍ଥାରେ ପ୍ରେମିକର ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ପ୍ରେମିକ ଜଣକ ଗୋବିନ୍ଦ ପୁର ଗ୍ରାମର। ଗୁରୁତର ପ୍ରେମିକା ସ୍ଥାନୀୟ ବଳଦିଆ ବନ୍ଧ ଗ୍ରାମର ବୋଲି ଜଣାପଡିଛି। ମୃତ ଯୁବକ ଜଣଙ୍କ ଗୋବିନ୍ଦପୁର ଅଂଚଳରେ ବ୍ୟବସାୟ କରନ୍ତି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାବେଳେ  ଉଭୟେ ଘରୁ ବାଇକ ଯୋଗେ ପଳାଇ ଆସିଥିଲେ। ମାତ୍ର ଭୋର ସମୟରେ ଉଭୟଙ୍କୁ ଏପରି ଅବସ୍ଥାରେ ଆମ୍ବ ତୋଟାରେ ଠାବ କରାଯାଇଥିଲା।
ଖବର ପାଇ ଗୋବନ୍ଦପୁର ଫାଣ୍ଡି ପୁଲିସ ପହଂଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଘରଣାସ୍ଥଳରୁ ଯୁବକର ବାଇକ ଜବତ କରିଛି ପୁଲିସ। ମାତ୍ର ମୃତ ଯୁବକର ବେକରେ ମୋଟା ରସି ଲାଗିଥିବାବେଳେ ଗୋଡ଼ ତଳେ ଲାଗିଥିବା ଓ ଗୁରୁତର ପ୍ରେମିକାକୁ ତାର ଭାଇ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ନେଇଥିବା ଜଣାପଡିଛି। ଫଳରେ ପାରି ପାର୍ଶିକ ସ୍ଥିତିକୁ ନେଇ ଆତ୍ମହତ୍ୟାକୁ ନେଇ ସନ୍ଦେହ କରାଯାଉଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories