ହାଇୱାକୁ ପଛରୁ ପିଟିଲା ହାଇୱା ; ଚାଳକ ଜୀବନ୍ତ ଦଗ୍ଧ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଅଞ୍ଚଳରେ ହାଇୱାକୁ ଅନ୍ୟ ଏକ ହାଇୱା ପଛରୁ ପିଟିବାରୁ ଘଟଣାସ୍ଥଳରେ ପଛରୁ ପିଟିଥିବା ହାଇୱାର ଚାଳକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଜୀବନ୍ତ ଦଗ୍ଧ ହୋଇଥିବା ଚାଳକ ଜଣକ ହେଲେ ଝାରଖଣ୍ଡର ସୁନୀଲ ଯାଦବ l
ସୂଚନା ଅନୁସାରେ ଏକ ହାଇୱା ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ପ୍ଲାଣ୍ଟରୁ ପାଉଁଶ ବୋଝେଇ କରି କାମାକ୍ଷାନଗରରେ ଜାତୀୟ ରାଜପଥ ୫୩ ନମ୍ବର ସମ୍ପ୍ରସାରଣ କାମକୁ ଆସୁଥିଲା l ମାତ୍ର କାମାକ୍ଷାନଗର ଥାନା ଜଡ଼ାପାଳ ନିକଟରେ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ଅନ୍ୟ ଏକ ହାଇୱାର ପଛପଟୁ ପିଟି ହୋଇଯାଇଥିଲା l ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ ପଛରୁ ପିଟିଥିବା ହାଇୱା ଗାଡିଟି ସଙ୍ଗେ ସଙ୍ଗେ ଜଳିଯାଇଥିଲା l ଫଳରେ ଚାଳକ ଗାଡିରୁ ବାହାରି ନ ପାରି ଗାଡି ଭିତରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ l ଏହା ଦେଖି କିଛି ସ୍ଥାନୀୟ ଲୋକ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ l କାମାକ୍ଷାନଗର ପୁଲିସ ଘଟଣାସ୍ଥଳ ରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛିl

Comments are closed.