www.samajalive.in
Monday, December 8, 2025
13.1 C
Bhubaneswar

ଗଣତନ୍ତ୍ରର ଲକ୍ଷ୍ମଣରେଖା ଭିତରେ ସମସ୍ତେ ରହିବା ଉଚିତ୍: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମୁଁ ଗଣତନ୍ତ୍ରର ପୂଜାରୀ । ଗଣତନ୍ତ୍ରରେ ମର୍ଯ୍ୟାଦା ଓ ପରମ୍ପରାର ନିଜସ୍ୱ ସ୍ଥାନ ଅଛି । ଓଡ଼ିଶାରେ ଗତ ମେ’ ମାସରୁ ଶଶୀକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି । ଗଣତନ୍ତ୍ରର ଲକ୍ଷ୍ମଣରେଖା ଭିତରେ ସମସ୍ତେ ରହିବା ଉଚିତ୍ । ଦମ୍ଭ ଦେଖାଇ ସମ୍ବିଧାନକୁ ନିଜ ଢଙ୍ଗରେ ଚଲାଇବା ପାଇଁ ଯେଉଁମାନେ ଭାବିଛନ୍ତି ତେବେ ସେମାନେ ଭୁଲ ଭାବିଛନ୍ତି । ଏହି ଭ୍ରମ ଧାରଣାକୁ ସେମାନେ ଦୂର କରନ୍ତୁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ, ଆଜି ଓଡ଼ିଶାରେ ଗଣତନ୍ତ୍ରର ସୀମା ଉଲ୍ଲଂଘନ ହେଉଛି । ଭୁବନେଶ୍ୱର ସାଂସଦଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀ ଗସ୍ତ କରିବା ବେଳେ ତଥାକଥିତ ବିରୋଧ କରିବାର ପ୍ରାୟୋଜିତ ଯୋଜନା କରାଯାଉଛି । ଗଣତନ୍ତ୍ରରେ ଯାହା ପାଖରେ ସଂଖ୍ୟାବଳ ଅଛି, ସେମାନେ ଯଦି ଦମ୍ଭ ଦେଖାଇ ପ୍ରତିପକ୍ଷ ଓ ଅସହମତ ଥିବା ଲୋକଙ୍କୁ ଅପମାନିତ କରିବେ ତେବେ ଏହାଠୁ ବଳି କିଛି ଜଘନ୍ୟ କଥା ହୋଇନପାରେ । ବ୍ରିଟିଶରାଜର ଇଷ୍ଟ ଇଣ୍ଡିଆ କମ୍ପାନୀର ଦମ୍ଭ ବି ଏହିଭଳି ଥିଲା । ଓଡ଼ିଶାରେ ପଲ୍ଲୀସଭା ନକରିବା ପାଇଁ ସରକାରୀ ନିର୍ଦ୍ଦେଶ ଥିବା କୁହାଯାଉଛି । ସରକାରୀ ନିର୍ଦ୍ଦେଶ ସମ୍ବିଧାନର ପରିଧି ଭିତରେ ନା ବାହାରେ ? ଆମର ପୂର୍ବଜମାନେ ଏଠାରେ ସଂଘର୍ଷ କରି ଦେଶ ପାଇଁ ସ୍ବାଧୀନତା ଆଣିଥିଲେ । ସମ୍ବିଧାନ ବ୍ୟବସ୍ଥା ଲାଗୁ କରିଥିଲେ । କିନ୍ତୁ ସମ୍ବିଧାନକୁ ଦମ୍ଭ ଦେଖାଇ ତାଙ୍କ ଢଙ୍ଗରେ ଚଲାଇବେ ଓ ଲମ୍ବା ସମୟ ସାମ୍ବିଧାନିକ ଅବ୍ୟବସ୍ଥାରୁ ସୁରକ୍ଷା ଦେଇଦେବେ ବୋଲି ଯେଉଁ ବରିଷ୍ଠ ଅଧିକାରୀମାନେ ଭାବୁଛନ୍ତି, ସେମାନେ ଭୁଲ ଓ ଭ୍ରମରେ ଅଛନ୍ତି ।

- Advertisement -

ଗଣତନ୍ତ୍ରରେ ଆଇନକାନୁନ ଅଛି । ସାମ୍ବିଧାନିକ ମର୍ଯ୍ୟାଦା ଅଛି । ଗଣତନ୍ତ୍ରର ସବୁଠୁ ଊର୍ଦ୍ଧ୍ୱରେ ଲୋକମତ ଅଛି । ମୁଖ୍ୟମନ୍ତ୍ରୀ ଅଗଣତାନ୍ତ୍ରିକ କାମକୁ ପ୍ରଶୟ ଦେବେନି ବୋଲି ରାଜନୈତିକ ବିରୋଧୀ ଦଳଭାବେ ତାଙ୍କଠାରୁ ମୋର ଅପେକ୍ଷା ରହିଛି । ଓଡ଼ିଶାରେ ଆଲୋଚନା, ସମାଲୋଚନା ହେଉ । ବିରୋଧ ରାଜନୈତିକ ସ୍ତରରେ କରାଯାଉ । ଗଣତନ୍ତ୍ରକୁ ସମ୍ମାନ ଦିଆଯାଉ । କିଛି ସରକାରୀ ଅଧିକାରୀମାନେ ଯେଉଁଭଳି ଭାବେ ହାତବାରିଶି ହେଉଛନ୍ତି, ସେମାନେ ଏ ପ୍ରକାର ଅଗଣତାନ୍ତ୍ରିକ ଓ ବେଆଇନ କାମରୁ ନିବୃତ୍ତ ରୁହନ୍ତୁ । ସାଢେ ୪ କୋଟି ଓଡ଼ିଆଙ୍କ ତରଫରୁ ଏହି ନିବେଦନ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories