www.samajalive.in
Sunday, December 7, 2025
14.1 C
Bhubaneswar

ନବୀନ ଉତକ୍ଷିପ୍ତ ହେବା ତାଙ୍କ ଚରିତ୍ରର ବ୍ୟତିକ୍ରମ:ଧର୍ମେନ୍ଦ୍ର

ଭୁବନେଶ୍ୱର : ବିଜେଡ଼ି ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରଧାନମନ୍ତ୍ରୀ ଯେଉଁସବୁ ଆରୋପ ଆଣିଥିଲେ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜବାବ ରଖିଥିବାବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଉପରେ ଟିପ୍ପଣୀ ରଖିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାର୍ବଜନୀନ ସଭାରେ ରଖିଥିବା ବକ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍‍କ୍ଷିପ୍ତ ହେବା ତାଙ୍କ ଚରିତ୍ରର ବ୍ୟତିକ୍ରମ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ମରମ ଭେଦି ଥିବା ବେଳେ ସେ କାହିଁକି ତାଙ୍କ ଉପରେ ରାଗ ସୁଝାଉଛନ୍ତି? ଉଜ୍ୱଳା ଓ ସ୍କିଲ ମିଶନରେ ଦୁର୍ନୀତି ପ୍ରସଙ୍ଗ ଉଠାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍କିଲ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ଦୁର୍ନୀତି ନେଇ ଗଣମାଧ୍ୟମରେ ଖବର ପରେ ଏହି ଦୁର୍ନୀତିରେ ସଂପୃକ୍ତ ସଂସ୍ଥା ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି। ନବୀନଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନିତ କରିଥିବା ସଂସ୍ଥା ମହାରାଷ୍ଟ୍ର ଏକାଡେମୀ ଅଫ ଇଞ୍ଜିିନିୟରିଂ ଏଣ୍ଡ ଏଜୁକେସନ ରିସର୍ଚ୍ଚ ଏହି ସ୍କିଲ ଦୁର୍ନୀତିରେ ଅଭିଯୁକ୍ତ ଏବଂ ଏହା ବିରୋଧରେ ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଉଜ୍ୱଳା ସ୍କାମ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ୫ କୋଟି ଓ ରାଜ୍ୟର ୩୪ ଲକ୍ଷ ଗରିବ ମହିଳାଙ୍କ ଘରେ ଉଜ୍ୱଳା ଯୋଜନାରେ ଗ୍ୟାସ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ତାଙ୍କ ପସନ୍ଦରେ ରାଜ୍ୟର ଯେ କୌଣସି ଜିଲା ବା ଗାଁର ହିତାଧିକାରୀ ବାଛି ତାଙ୍କୁ ଡାକିଲେ ସେ ତାଙ୍କ ସାଥିରେ ଯିବେ ଓ ସଂପୃକ୍ତ ମହିଳାଙ୍କ ଘରେ ଚା ପିଇ କଥାବାର୍ତ୍ତା କଲେ ଉଜ୍ୱଳା ଯୋଜନାରେ ଦୁର୍ନୀତି ହୋଇଛି କିମ୍ବା ମହିଳା ଉପକୃତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇଯିବ।
ଧର୍ମେନ୍ଦ୍ର କହିଛନ୍ତି ଯେ ପିସିରେ ଓଡିଆ ଲୋକ ପେଷି ହୋଇ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ମାତ୍ର ପିସି ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କର ପ୍ରଚାର ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ହ୍ୱାଟ୍ସ ଆପରେ ପ୍ରସାରିତ କରା ଯାଇଥିଲା କି ନା ସେଥିନେଇ ପ୍ରଶ୍ନ କରିଛନ୍ତି।
କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାଠାରୁ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟ ରଖି ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଭିନ୍ନ ବିଜ୍ଞାପନରେ ୭୦ ଲକ୍ଷ ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବେ ବୋଲି କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ୫୦ ଲକ୍ଷ ପରିବାର ସାମିଲ ହେବା ବକ୍ତବ୍ୟ କେଉଁ ଆଧାରରେ ଦେଇଛନ୍ତି? ରାଜ୍ୟର ଲୋକଙ୍କୁ କ୍ୟାନସର ଓ ହାର୍ଟ ସମସ୍ୟା ହେଲେ ବାହାର ରାଜ୍ୟକୁ ଗଲେ ସେମାନଙ୍କୁ କିଏ ଚିକିତ୍ସା ସୁବିଧାଦେବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।
ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ଦିନ ଆବେଦନ କରିଥିବା ବ୍ୟକ୍ତିମାନଙ୍କର ଯାଞ୍ଚ ରିପୋର୍ଟକୁ ୱେବସାଇଟ ମାଧ୍ୟମରେ କାହିଁକି ସାର୍ବଜନୀନ କରା ଯାଉନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ପେଟ୍ରୋଲ ଦରର ମୂଲ୍ୟବୃଦ୍ଧି ମାମଲାରେ କେନ୍ଦ୍ର ସରକାର ଦୁଇ ଟଙ୍କା ଏକ୍ସାଇଜ ଡ୍ୟୁଟି କମାଇବା ପରେ ରାଜ୍ୟର ଆର୍ଥିକ କ୍ଷତି ହେଉଥିବା ଖୋଦ ରାଜ୍ୟର ଅର୍ଥ ମନ୍ତ୍ରୀ କହିଥିଲେ। ପଶ୍ଚିମ ବଙ୍ଗ, କର୍ଣ୍ଣାଟକ ସମେତ ଅଣ ବିଜେପି ଶାସିତ ରାଜ୍ୟରେ ଭାଟ କମାଇଥିବା ବେଳେ ଓଡିଶା କାହିଁକି ଟିକସ କମାଉ ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ୨୦୧୪ ମସିହାରେ ପେଟ୍ରୋଲରୁ ରାଜ୍ୟର ନିଜସ୍ୱ ଟିକସ ୩ ହଜାର କୋଟି ଥିବା ବେଳେ ଆଜି ଦିନରେ ଏହା ୭ ହଜାର କୋଟି ଟଙ୍କା ବୋଲି ସେ କହିଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories