www.samajalive.in
Saturday, December 13, 2025
27.1 C
Bhubaneswar

ଅଯୋଧ୍ୟାରେ ମହାପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଜନ୍ମଭୂମିରେ ଏକ ବିଶ୍ୱସ୍ତରୀୟ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାର ଭକ୍ତ ମାନଙ୍କର ସହଯୋଗ ପ୍ରାପ୍ତି ନିମନ୍ତେ ଓଡ଼ିଶା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ମକର ସଂକ୍ରାନ୍ତିର ପବିତ୍ର ଦିନରୁ ଆରମ୍ଭ ହୋଇଥିବା ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ଅଭିଯାନରେ ସାମିଲ ହେବା ଆନନ୍ଦର ବିଷୟ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିବା ସହ ଧନ୍ୟବାଦ ଜଣାଇଛନ୍ତି।

 

- Advertisement -

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭାରତବର୍ଷରେ ବିଭିନ୍ନ ସମିତି ପକ୍ଷରୁ ଆର୍ଥିକ ସହଯୋଗ ପ୍ରାପ୍ତି ନିମନ୍ତେ ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ରାଜ୍ୟରେ ମଧ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ଏହି ଅଭିଯାନର ନେତୃତ୍ୱ ନେଇଛି । ଓଡ଼ିଶାରେ ୩୦ ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ସମସ୍ତେ ସହଭାଗୀ ହେବା ଦରକାର। ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାବାସୀଙ୍କୁ ସହଯୋଗ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରମୁଖ ସନ୍ଥମାନଙ୍କୁ ନେଇ ଗଠିତ ମାର୍ଗ-ଦର୍ଶକ ମଣ୍ଡଳୀଙ୍କ ଦ୍ୱାରା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଗଠନ କରାଯାଇଛି। ଆଜି ଭୁବନେଶ୍ୱର ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଏହି ସମିତିର ସଦସ୍ୟଗଣ ତଥା ଆରଏସଏସ ଓଡ଼ିଶା ପୂର୍ବପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି, ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି, ଓଡ଼ିଶାର ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର, ସମ୍ପାଦକ ଗୋପାଳପ୍ରସାଦ ମହାପାତ୍ର, ଉପାଧ୍ୟକ୍ଷ ମନସୁଖଲାଲା ସେଠିଆ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories