www.samajalive.in
Saturday, December 6, 2025
19.1 C
Bhubaneswar

ରାଜ୍ୟର ପ୍ରମୁଖ ୪ଟି ସ୍ୱାସ୍ଥ୍ୟାନୁଷ୍ଠାନର ନିର୍ଦ୍ଦେଶକଙ୍କ ସହ କୋଭିଡ୍‍ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ରାଜ୍ୟର ପ୍ରମୁଖ ଚାରି ସ୍ୱାସ୍ଥ୍ୟାନୁଷ୍ଠାନ ଭୁବନେଶ୍ୱର ଏମ୍ସ, ଆଞ୍ଚଳିକ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର, ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଲାଇଫ ସାଇନ୍ସ ଓ ପଶୁ ସମ୍ପଦ ମନ୍ତ୍ରଣାଳୟର ଅଧୀନରେ ଥିବା ଇଂଟର ନ୍ୟାସନାଲ ସେଂଟର ଫର୍‍ ଫୁଟ୍‍ ଆଣ୍ଡ ମାଉଥ ଡିଜିଜର ବିଶେଷଜ୍ଞଙ୍କ ସହ ଓଡ଼ିଶାରେ କୋଭିଡ-୧୯ର ପରିଚାଳନା ଓ ମୁକାବିଲା ଏବଂ ଏଦିଗରେ
ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି।

ବୈଠକ ପରେ ଗଣମାଧ୍ୟମକୁ ଶ୍ରୀ ପ୍ରଧାନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ଚାରୋଟି ସଂସ୍ଥା ରାଜ୍ୟ ସରକାରଙ୍କ ମିଶି ଭଲ କାମ କରୁଛନ୍ତି। ଓଡ଼ିଶାରେ ବିଭିନ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଇଓସିଏଲ, ଏମସିଏଲ, ଏନଟିପିସି, ସେଲ୍‌ଫ, ପାରାଦୀପ ପୋର୍ଟ ରାଜ୍ୟରେ କୋଭିଡ୍‍ ହସ୍ପିଟାଲ ଏବଂ ଲାବ୍ରୋଟୋରୀ ଟେଷ୍ଟିଂ ଉଭୟ ପ୍ରତିଷ୍ଠା କରିବା ଦିଗରେ ପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଓଡ଼ିଶାରେ କୋଭିଡ୍‍-୧୯ ପରିଚାଳନାରେ ଭାରତ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ ଭଲ କାମ କରୁଛନ୍ତି ଏବଂ ରାଜ୍ୟର ଆବଶ୍ୟକତାକୁ ପୂରଣ କରୁଛନ୍ତି ବୋଲି ସେ କହିଛନ୍ତି।

- Advertisement -

ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ଯୋଦ୍ଧାମାନେ ବହୁତ ଭଲ କାମ କରୁଛନ୍ତି। ସେମାନେ ଧନ୍ୟବାଦର ପାତ୍ର। ବର୍ତ୍ତମାନ ସମୟରେ କରୋନା ଟୀକା ନଆସିବା ପର୍ଯ୍ୟନ୍ତ ମାସ୍କ ପିନ୍ଧିବା, ଦୁଇ ମିଟର ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ବ୍ୟବଧାନରେ ହାତ ଧୋଇବା ପାଇଁ ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories