www.samajalive.in
Saturday, December 6, 2025
14.1 C
Bhubaneswar

କ୍ୟାବିନେଟ୍‍ର ଐତିହାସିକ ନିଷ୍ପତ୍ତି ହେବ ନୂଆ ଭାରତ ଭବିଷ୍ୟତର ଗେମ୍‍-ଚେଞ୍ଜର : ଧର୍ମେନ୍ଦ୍ର ପ୍ରଧାନ

• ନ୍ୟାସନାଲ୍‍ ରିକ୍ୟୁରମେଣ୍ଟ୍‍ ଏଜେନ୍ସି ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
• ଏନ୍‍ଆର୍‍ଏ ଗଠନ ଚାକିରି ଆଶାୟୀ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ
• ଆଖୁର ଏଫ୍‍ଆର୍‍ପି ବୃଦ୍ଧି ଦ୍ୱାରା ୧ କୋଟିରୁ ଉର୍ଦ୍ଧ୍ୱ ଆଖୁଚାଷୀ ହେବେ ଉପକୃତ
ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ବସିଥିବା କ୍ୟାବିନେଟ୍‍ ବୈଠକରେ ପାରିତ ହୋଇଥିବା ନ୍ୟାସନାଲ୍‍ ରିକ୍ୟୁରମେଣ୍ଟ୍‍ ଏଜେନ୍ସି ଗଠନ(ଏନ୍‍ଆର୍‍ଏ)ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କ୍ୟାବିନେଟରେ ନିଆଯାଇଥିବା ଐତିହାସିକ ନିଷ୍ପତ୍ତି ନୂଆ ଭାରତ ଭବିଷ୍ୟତର ଗେମ୍‍-ଚେଞ୍ଜର ହେବ
ବୋଲି କହିଛନ୍ତି ଶ୍ରୀ ପ୍ରଧାନ। କ୍ୟାବିନେଟ୍‍ ନିଷ୍ପତ୍ତି ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ଆଜିର କ୍ୟାବିନେଟ୍‍ ବୈଠକରେ ଅନଲାଇନ୍‍ ଏକକ ପ୍ରବେଶିକା ପରୀକ୍ଷା ସିଇଟି (କମନ୍‍ ଏଲିଜିବିଲ୍‍ଟି ଟେଷ୍ଟ୍‍) କରିବା ପାଇଁ ନ୍ୟାସନାଲ୍‍ ରିକ୍ୟୁରମେଣ୍ଟ୍‍ ଏଜେନ୍ସି ଗଠନ ହେବ ବୋଲି ଐତିହାସିକ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅଣ ଗେଜେଟେଡ୍‍ ପଦବୀ ପାଇଁ ଏନଆରଏର ପରିଚାଳନାରେ ଏକକ ଅନଲାଇନ୍‍ ପ୍ରବେଶିକା ପରୀକ୍ଷା ହେବ। ଏହି ନିଷ୍ପତ୍ତି ଚାକିରି ଆଶାୟୀ ଏବଂ ବିଶେଷ ଭାବରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ। ଏହାସହ ଅନଲାଇନ୍‍ ଏକକ ପ୍ରବେଶିକା ପରୀକ୍ଷା ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଅର୍ଥ ଓ ସମୟ ବଞ୍ଚାଯାଇ ପାରିବ। ପ୍ରତିବର୍ଷ ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ୨.୫ କୋଟିରୁ ଉର୍ଦ୍ଧ୍ୱ ଆଶାୟୀଙ୍କୁ ନିଯୁକ୍ତି କ୍ଷେତ୍ରରେ ଏହି ନିଷ୍ପତ୍ତି ସହାୟକ ହେବ। ଏହାବ୍ୟତୀତ ଚାଷୀଙ୍କ ସମସ୍ୟାକୁ ଦୂର କରିବାରେ ପ୍ରଧାନମନ୍ତ୍ରୀଙ୍କ ଥିବା ଅଦମ୍ୟ ପ୍ରତିବଦ୍ଧତାକୁ ନିଶ୍ଚିତ କରିଥିବାରୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ)କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି କେନ୍ଦ୍ର ସରକାର ଆଖୁର ଏଫଆରପି (ଫେୟାର ଏଣ୍ଡ ରିମୁନେରେଟିଭ ପ୍ରାଇସ) ତଥା ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରି କ୍ୱିଣ୍ଟାଲ ପିଛା ୨୮୫ ଟଙ୍କା ଧାର୍ଯ୍ୟ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେଶର ୧ କୋଟିରୁ ଉର୍ଦ୍ଧ୍ୱ ଆଖୁଚାଷୀ ଉପକୃତ ହେବେ। କେନ୍ଦ୍ର ସରକାର ଆର୍ମନିର୍ଭର ଭାରତ ଦିଗରେ ଅନେକ ଗୁଡିଏ ପଦକ୍ଷେପ ନେଉଛନ୍ତି। ଏହା ମୋଦୀ ସରକାରଙ୍କର ଦେଶର ବିକାଶ କ୍ଷେତ୍ରରେ ଥିବା ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories