www.samajalive.in
Saturday, December 6, 2025
15.1 C
Bhubaneswar

ଧର୍ମଶାଳା ବିଧାୟକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଓ ଖଣିଜ ଦ୍ରବ୍ୟ ଉପରେ ସମୀକ୍ଷା ବୈଠକ

ଯାଜପୁର : ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସଭାପତିତ୍ୱରେ ଧର୍ମଶାଳା ପଞ୍ଚାୟତ ସମିତି ସଭା ଗୃହରେ ଯାଜପୁର ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା ଓ ଖଣିଜ ଦ୍ରବ୍ୟ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଖଣିଜ ଦ୍ରବ୍ୟର ଚୋରା ଚାଲାଣକୁ ନେଇ ବାରମ୍ବାର ଅଭିଯୋଗ ଆସୁଥିଲା। ଏହାକୁ ପ୍ରତିହତ କରିବା ପାଇଁ ଧର୍ମଶାଳା ବିଧାୟକ ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଉକ୍ତ ବୈଠକରେ ଆଲୋଚନା କରିଥିଲେ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ଥିବା ଖଣିଜ ଦ୍ରବ୍ୟ ଯଥା- ବାଲି, ଗୋଡି, ପଥର, ଚୋରା ଚାଲାଣକୁ ରୋକ ଦେବାପାଇଁ ଏହି ବୈଠକରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ୍, ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ଧର୍ମଶାଳା ବିଡିଓ, ରସୁଲପୁର ବିଡିଓ, ତହସିଲଦାର ଧର୍ମଶାଳା, ତହସିଲଦାର ରସୁଲପୁରଙ୍କ ସମେତ ଜିଲ୍ଲାର ସମସ୍ତ ପ୍ରଶାସନ ଅଧିକାରୀ ଯୋଗଦେଇ ଉକ୍ତ ବିଷୟରେ ଆଲୋଚନା କରିଥିଲେ। ଯେଉଁମାନେ ଚୋରାରେ ଖଣିଜ ଦ୍ରବ୍ୟ ଳୁଟ କରିବା ପାଇଁ ପ୍ରୟାସ କରୁଛନ୍ତି ସେମାନଙ୍କ ପ୍ରତି ପ୍ରଶାସନ ଅଧିକାରୀ ବହୁ ପରିମାଣରେ ଅର୍ଥ ଜୋରିମାନା କରିବା ସହିତ ସେମାନଙ୍କ ଉପରେ ମକଦ୍ଦମା ରୁଜୁ କରି ଆଇନଗତ ଭାବେ ଦଣ୍ଡିତ କରିବାପାଇଁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ସେହିପରି ଶିକ୍ଷା କ୍ଷେତ୍ରରେ ସରକାରଙ୍କ ୫ଟି ଅନୁଯାୟୀ ସମସ୍ତ ସ୍କୁଲକୁ ରୂପାନ୍ତରିକରଣ କରାଯାଇଥିବା ବେଳେ ଜେନାପୁର ହାଇସ୍କୁଲ ଓ ମଧୁପୁର ହାଇସ୍କୁଲ, କଲଣକୁ ମାନ୍ୟବର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏହି ଦୁଇଟି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରି ସୁପର-୪୦ ବଛାବଛା ପିଲାଙ୍କୁ ନେଇ ଶିକ୍ଷା ଉପରେ ସମସ୍ତ ପ୍ରକାରର ଅଗ୍ରାଧିକାର ଦିଆଯିବ ବୋଲି ବିଧାୟକ କହିଥିଲେ। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ଲୋକମାନଙ୍କୁ ସମସ୍ତ ସେବା ଯୋଗାଇ ଦିଆଯାଉଥିବା ବେଳେ ଧର୍ମଶାଳା ବିଧାୟକଙ୍କ ଆଞ୍ଚଳିକ ଅନୁଦାନ ପାଣ୍ଠିରୁ ଆଉ କିଛି ଆମ୍ବୁଲାନ୍ସ ରୋଗୀମାନଙ୍କ ପାଇଁ ଯୋଗାଇ ଦେବାପାଇଁ ଯୋଜନା କରିଛନ୍ତି। ଯାହାଦ୍ୱାରା ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାପାଇଁ ରୋଗୀମାନେ ସୁବିଧା ପାଇପାରିବେ। ପ୍ରତ୍ୟେକ ସ୍କୁଲ ଏବଂ କଲେଜରେ କ୍ରୀଡା କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା କ୍ରୀଡାବିତମାନଙ୍କୁ ନେଇ ଜିଲ୍ଲା, ରାଜ୍ୟ ଓ ଆନ୍ତରାଜ୍ୟ ସ୍ତରରେ ପହଞ୍ଚାଇବା ସହିତ କ୍ରୀଡାପାଇଁ ଆବଶ୍ୟକୀୟ ହେଉଥିବା ଖେଳ ସାମଗ୍ରୀ ସ୍କୁଲ ଓ କଲେଜମାନଙ୍କରେ ଯୋଗାଇ ଦିଆଯିବ ବୋଲି ଉକ୍ତ ବୈଠକରେ ବିଧାୟକ କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories