www.samajalive.in
Saturday, December 6, 2025
19.1 C
Bhubaneswar

ଜିଲ୍ଲା ପ୍ରଶାସନ ଅଗୋଚରରେ ଚାଲିଛି ଧର୍ମାନ୍ତରୀକରଣ, ନିର୍ମାଣାଧୀନ ଚର୍ଚ୍ଚକୁ ବିରୋଧ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡୁଳା ପଞ୍ଚାୟତ ଜୟପୁର ଗ୍ରାମରେ ଆଦିବାସୀ ମାନଙ୍କୁ ପ୍ରଲୋଭନ ଦିଆଯାଇ ଧର୍ମାନ୍ତରୀକରଣ କରାଯାଉଛି। ଏପରି କାମ ଦୀର୍ଘ ଦିନ ହେଲା ଅବ୍ୟାହତ ଥିବା ବେଳେ ଗ୍ରାମରେ ଏକ ଚର୍ଚ୍ଚ ନିର୍ମାଣ ମଧ୍ୟ ଆରମ୍ଭ ହୋଇଛି। ହେଲେ କିଛି ସଚେତନ ଲୋକ ଚର୍ଚ୍ଚ ନିର୍ମାଣକୁ ବିରୋଧ କରିବା ପରେ ଘଟଣା ଲୋକ ଲୋଚନକୁ ଆସିଛି।

ରବିବାର ହିନ୍ଦୁ ଜାଗରଣ ସାମୁଖ୍ୟର ଜିଲ୍ଲା ସଂଯୋଜକ ଶିବାଜୀ ଗୌତମ ମହାନ୍ତ ବର୍ମାଙ୍କ ନିକଟକୁ ଜୟପୁର ସାନ୍ତାଳ ସମାଜର ମୁଖିଆ ଯାଇ ଜଣାଇବା ପରେ ଶ୍ରୀବର୍ମା ଗ୍ରାମକୁ ଆସି ଘଟଣାର ଅନୁଧ୍ୟାନ କରିଥିଲେ । ସେହି ସମୟରେ ଗ୍ରାମର ସ୍ୟାମସୁନ୍ଦର ବାସ୍କେଙ୍କ ଘରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ବାହାର ଅଞ୍ଚଳର ପତି ପତ୍ନୀ ବାଇବେଲ ଶିକ୍ଷା ଦେଉଥିବା ଜଣାପଡିଥିଲା। ଖବର ପାଇ ଶ୍ରୀ ବର୍ମା ଉଭୟ ଖ୍ରୀଷ୍ଟ ଧର୍ମାବଲମ୍ବୀ ପତି-ପତ୍ନୀଙ୍କୁ ସେମାନଙ୍କ ଠିକଣା ପଚାରିବାରୁ ପୁରୁଷ ବ୍ୟକ୍ତି ଜଣକ ତାଙ୍କ ଘର ମନୋହରପୁର ନିକଟସ୍ଥ ସାନପୁଶି ଗ୍ରାମର ବୋଲି କହିଥିଲେ। ତେବେ ତାଙ୍କ ନାମ ହୁମବାଇ ଟୁଡୁ ଓ ପତ୍ନୀଙ୍କ ନାମ ହୀରା ଟୁଡୁ ବୋଲି ସେ ପ୍ରକାଶ କରିଛନ୍ତି ।

- Advertisement -
Samajalive.in

ଏନେଇ ପାଟଣା ପୋଲିସକୁ ସୂଚନା ଦିଆଯିବାପରେ ପାଟଣା ଥାନାଧିକାରୀ ସୋମନାଥ ଜେନା ସଦଳବଳେ ଜୟପୁର ଗ୍ରାମରେ ପହଞ୍ଚି  ପତି-ପତ୍ନୀ ଉଭୟଙ୍କୁ ଥାନାକୁ ଆଣି ଘଟଣାର ତଦନ୍ତ କରୁଛନ୍ତି। ସାହାରପଡ଼ା ବ୍ଲକ୍ ଅଞ୍ଚଳରେ ଗରିବ ଆଦିବାସୀ ସାନ୍ତାଳ ଓ ମୁଣ୍ଡା ସମ୍ପ୍ରଦାୟର ପରିବାରଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯିବା ଘଟଣାକୁ ହିନ୍ଦୁ ଜାଗରଣ ସାମୁଖ୍ୟ ବିରୋଧ କରିବ ବୋଲି ଏହାର ଜିଲ୍ଲା ସଂଯୋଜକ ଶ୍ରୀ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନେଇ ଥାନାଧିକାରୀ ସମୋନାଥ ଜେନାଙ୍କୁ ଯୋଗାଯୋଗ କରାଯିବା ରେ ସେ ଘଟଣାର ତଦନ୍ତ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories