ଧର୍ମଗଡ଼ : କୋକସରା ଥାନା ଅନ୍ତର୍ଗତ ଛିଲିପାମାଲ ଗାଁର ଜଣେ ଯୁବକ ମଙ୍ଗଳବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୁବକଙ୍କ ନାଁ ମୁରଲି ରଣା(୨୦)। ସେ ଗାଁ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ଆତ୍ମହତ୍ୟା କରିଛି। ଖବର ପାଇ କୋକସରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ସନ୍ଧ୍ୟା ହେବାରୁ ପୋଷ୍ଟ ମର୍ଟମ ହୋଇ ପାରିନାହିଁ। ମୃତ୍ୟୁର କାରଣ ସମ୍ପର୍କରେ ତାଙ୍କ ଘର ଲୋକଙ୍କ ଠାରୁ କୌଣସି ସଠିକ୍ ତଥ୍ୟ ମିଳିପାରିନାହିଁ ବୋଲି କୋକସରା ପୁଲିସ ପ୍ରକାଶ କରିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Popular Categories



