www.samajalive.in
Saturday, December 6, 2025
26.1 C
Bhubaneswar

ଧାର୍ମିକ ମହତ୍ତ୍ୱରେ ପରିପୂର୍ଣ୍ଣ ଗଙ୍ଗାନଦୀ

ହିନ୍ଦୁଧର୍ମରେ ଗଙ୍ଗା ନଦୀ ସବୁଠାରୁ ପବିତ୍ର ନଦୀ ବୋଲି ମାନ୍ୟତା ରହିଛି। ଗଙ୍ଗାଙ୍କୁ ମା’ ଗଙ୍ଗା ବୋଲି ମଧ୍ୟ କୁହାଯାଇଥାଏ। ଏହାର ପ୍ରୟୋଗର ବହୁ ଧାର୍ମିକ ମହତ୍ତ୍ୱ ରହିଛି। ଏହି ଜଳର ବହୁ ପ୍ରକାରର ବିଶେଷ ଗୁଣ ରହିଛି। ଏହି ଜଳର ଅନେକ ଦିନ ପର୍ଯ୍ୟନ୍ତ ଶୁଦ୍ଧତା ରହିଥାଏ।
ଗଙ୍ଗା ନଦୀରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିବା ସହ ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି।
ଗଙ୍ଗା ଜଳକୁ ଗୃହରେ ବହୁ ଦିନ ରଖିଲେ ମଧ୍ୟ ଏହାର ଶୁଦ୍ଧତା ବଜାୟ ରହିଥାଏ।
ଗୃହରେ ରଖିଥିବା ଗଙ୍ଗା ଜଳର ନିୟମିତ ପ୍ରୟୋଗ କରିବା ଦ୍ୱାରା ବହୁ ରୋଗରୁ ମୁକ୍ତି ମିଳିଥାଏ।
ଏହାକୁ ପ୍ରୟୋଗ କରି ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ପ୍ରସ୍ତୁତ କରାଯାଇଥାଏ।
ଏହି ନଦୀ ନିକଟରେ ଥିବା ତୀର୍ଥସ୍ଥାନ ଖୁବ ପବିତ୍ର ବୋଲି ଏହି ସମସ୍ତ ସ୍ଥାନ ଖୁବ ପ୍ରସିଦ୍ଧ ଅଟେ।
ଏଠାରେ ଥିବା ତୀର୍ଥସ୍ଥାନଙ୍କୁ ଯାଇ ତୀର୍ଥ କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ଜୀବନରେ ଥିବା ସମସ୍ୟା ଦୂର ହେବା ସହ ସୁଖ ପ୍ରାପ୍ତି ହୋଇଥାଏ ଓ ଆର୍ଥିକ କ୍ଷେତ୍ରରେ ବିଶେଷ ଉନ୍ନତି ହୋଇଥାଏ।
ବ୍ୟକ୍ତି ମଧ୍ୟରେ ଥିବା ଅସଫଳତା ଦୂର ହୋଇ ସଫଳତା ମିଳିଥାଏ। ଅହଂକାର ଦୂର ହୋଇଥାଏ।
ତେଣୁ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଜୀବନରେ ଥରେ ନିଶ୍ଚୟ ଗଙ୍ଗା ନଦୀରେ ସ୍ନାନ କରିବା ସହ ଏଠାରେ ଥିବା ତୀର୍ଥସ୍ଥାନର ଦର୍ଶନ କରିବା ଉଚିତ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories