www.samajalive.in
Sunday, December 14, 2025
19.1 C
Bhubaneswar

କୁମ୍ଭକର୍ଣ୍ଣ ନିଦ୍ରାରେ ସରକାରୀ ଦଳ ଆଉ କଳ : ଧାରଣାସ୍ଥଳରେ କଳାବେଲୁନ୍ ଧରି ଶିଶୁଦିବସ ପାଳିଲେ ଛାତ୍ରଛାତ୍ରୀ

ହରଭଙ୍ଗା : ସାରା ଦେଶରେ ସୋମବାର ଶିଶୁଦିବସ ପାଳନ କରାଯାଇଛି। ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ ବୋଲି ନାରା ଦିଆଯାଉଛି। ଶିଶୁଙ୍କ ସୁରକ୍ଷା ଏବଂ ସେମାନଙ୍କ ମୁହଁରେ ହସଫୁଟାଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ମାତ୍ର ଏଭଳି ଏକ ପବିତ୍ର ଦିନରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁଠାରେ ଚାଲିଥିବା କ୍ରସର ବିରୋଧି ଗଣଧାରଣାରେ ସ୍କୁଲ ବର୍ଜ୍ଜନ କରି ଧାରଣସ୍ଥଳରେ ଶିଶୁମାନେ ହାତରେ କଳାବେଲୁନ୍ ଧରି ଶିଶୁ ଦିବସକୁ ପାଳନ କରିବା ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାଫଳରେ ଆଜିର ଶିଶୁଦିବସ ପାଳନ ଉପରେ ବଡ ପ୍ରଶ୍ନଚିହ୍ନ ଲଗାଇଛି ? ଏଭଳି ଘଟଣା ବର୍ତ୍ତମାନ ସାରାଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମାତ୍ର ଏ ଦିଗରେ ରାଜନେତା ଏବଂ ସରକାରୀକଳ ପକ୍ଷରୁ ଚିନ୍ତାପ୍ରକଟ କରାଯାଉନଥିବାରୁ ଏଭଳି ସମସ୍ୟା ମୁଣ୍ଡଟେକିଥିବା କୁହାଯାଉଛି । ଯାହାଫଳରେ ଶିଶୁଙ୍କ ଭବିଷ୍ୟତ ଏକପ୍ରକାର ଅନ୍ଧାରମଧ୍ୟକୁ ଠେଲି ହୋଇଯାଉଛି। ପ୍ରକାଶ ଯେ ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁଠାରେ ଦୀର୍ଘ ୧୪ଦିନହେଲା କ୍ରସର ବିରୋଧି ଗଣଧାରଣା ଚାଲୁରହିଛି। ମାଆ,ବାପା ଏହି ଆନ୍ଦୋଳନରେ ସାମିଲ ହୋଇଥିବାବେଳେ ସ୍କୁଲ ପଢା ଛାତ୍ରଛାତ୍ରୀ ପାଠପଢା ଛାଡି ସେମାନଙ୍କ ସହିତ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ଯାହାଫଳରେ ଦୀର୍ଘ ଚଉଦଦିନହେଲା ଖରଭୂଇଁ ସ୍କୁଲରେ ପାଠପଢା ଠପ୍ ହୋଇଯାଇଛି । ଆଜି ଶିଶୁଦିବସ ଥିବାରୁ ପିଲାମାନେ କଳାବେଲୁନ୍ ଧରି ଧାରଣାସ୍ଥଳକୁ ଯାଇଥିଲେ। ପୁଲିସର ବାରଣସତ୍ୱେ ସେମାନେ ସେଠାରେ ଶିଶୁ ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି । ସେଠାରେ ଦେଶାତ୍ମକ ସଙ୍ଗୀତ,ବକ୍ତୃତା ପ୍ରତିଯୋଗୀତା ପିଲାମାନଙ୍କ ମଧ୍ୟରେ ଆୟୋଜିତ ହେବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋରଧରିଛି । ମାତ୍ର ସରକାରୀଦଳ ଆଉ କଳ ନିଦାବିଷ୍ଣୁ ଏବଂ ଅପାରଗତା ଯୋଗୁଁ ଧାରଣାସ୍ଥଳରେ ଗୋଟିଏ ଗୋଟିଏ ନୂଆ ଘଟଣା ପ୍ରତିଦିନ ଘଟିବା ପାଇଁ ଆଉ ଏକ ନୂଆ ସୁଯୋଗ ସୃଷ୍ଟିକରାଯାଉଥିବା ସାଧାରଣରେ ଚର୍ଚ୍ଚା ଜୋରଧରିଛି ।

ଅନ୍ୟପଟେ ଆଜି ଅପରାହ୍ନ ୪ଟାବେଳେ ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପଂହଚି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । କଂଗ୍ରେସର ସମର୍ଥନ ଆନ୍ଦୋଳନକାରୀଙ୍କ ମନୋବଳକୁ ବୃଦ୍ଧି କରିଛି। ଏହାକୁ ନେଇ ବୌଦ୍ଧ ରାଜନୀତି ପାଣିପାଗ ଶୀତ ସମୟରେ ଉଷ୍ମତା ଯୋଗାଇବାର ଯଥେଷ୍ଟ ଆଶଙ୍କା ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଶେଷରେ ଏହିଆନ୍ଦୋଳନରେ ତୁରନ୍ତ ସମାଧାନ ଦିଗରେ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ଉଠୁଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories