କଳାହାଣ୍ଡି: ଏସସି/ଏସଟି ଏବଂ ଓବିସିଙ୍କ ସଂରକ୍ଷଣକୁ ସାମ୍ବିଧାନିକ ଅଧିକାର ଭାବେ ସୁନିଶ୍ଚିତ କରିବା ନିମନ୍ତେ ଆମ୍ବେଦକରରାଇଟ ପାର୍ଟି ଅଫ ଇଣ୍ଡିଆ ପକ୍ଷରୁ ଦାବି ହୋଇଛି। ଏନେଇ ଆଜି(ଗୁରୁବାର) କଳାହାଣ୍ଡି ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପାର୍ଟି ପକ୍ଷରୁ ଗଣ ଧାରଣା ଦିଆଯାଇଥିଲା। ଏଥିପାଇଁ ପ୍ରତିନିଧିତ୍ବମୂଳକ ସଂରକ୍ଷଣର ଅଧିକାର ସୁନିଶ୍ଚିତ କରିବା ନିମନ୍ତେ ସରକାର ସମ୍ବିଧାନରେ ସଂଶୋଧନ କରନ୍ତୁ ବୋଲି ପାର୍ଟି ଦାବି କରିଛି। ଏହା ସହିତ ରାଷ୍ଟ୍ରୀୟ ନ୍ୟାୟିକ ଆୟୋଗ ଗଠନ ଦାବି କରିଛନ୍ତି। ଏହି ଧାରଣାରେ ପାର୍ଟିର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ।
ଏସସି/ଏସଟି ଏବଂ ଓବିସିଙ୍କ ସଂରକ୍ଷଣକୁ ସାମ୍ବିଧାନିକ ଅଧିକାର କରିବା ଦାବିରେ ଗଣଧାରଣା
Popular Categories



