www.samajalive.in
Saturday, December 6, 2025
23.1 C
Bhubaneswar

ସାମ୍ବାଦିକଙ୍କୁ ଆକ୍ରମଣ ମାମଲା; ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା

କଳାବାଡିଆ : ସାମ୍ବାଦିକଙ୍କୁ ଆକ୍ରମଣ ମାମଲାରେ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣାରେ ବସିଲେ ମୟୁରଭଞ୍ଜ ସାମ୍ବାଦିକ ସଂଘର କାର୍ଯ୍ୟକର୍ତ୍ତା। ସୂଚନା ଅନୁସାରେ, ଗତ ୧୧ ତାରିଖରେ ବାଙ୍ଗିରିପୋଷି ପଂଚାୟତରେ ନାଏବ ସରପଞ୍ଚ ନିର୍ବାଚନ ଚାଲିଥିବାବେଳେ ଶାସକଦଳ ଏବଂ ବିରୋଧୀ ଦଳର କାର୍ଯ୍ୟକର୍ତ୍ତାଙ୍କ ଭିତରେ ଉତ୍ତେଜନା ଦେଖା ଯାଇଥିଲା। ଏହି ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ଏକ ଦୈନିକ ଖବର କାଗଜର ସାମ୍ବାଦିକଙ୍କୁ ଏହି ଗଣ୍ଡଗୋଳର ଫୋଟୋ ଉତ୍ତୋଳନ ନ କରିବାକୁ ବାରଣ କରିଥିଲେ ଶାସକ ବିଜେଡି ଦଳର କର୍ମୀମାନେ। ଏହାକୁ ନେଇ କର୍ମୀ ଓ ସାମ୍ବାଦିକଙ୍କ ଭିତରେ ଠେଲା ପେଲା ହେବା ସହ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସାମ୍ବାଦିକ ଜଣକ ଆହତ ହୋଇଥିଲେ। ପରେ ଏନେଇ ମୟୁରଭଞ୍ଜ ସାମ୍ବାଦିକ ସଂଘର କର୍ମକର୍ତ୍ତା ଆକ୍ରମଣକାରୀଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ବାଙ୍ଗିରିପୋଷି ଥାନା ଅଧିକାରୀ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ମୁଖ୍ୟ ଆସାମୀକୁ ଗିରଫ କରିବା ପ୍ରତିବାଦରେ ମୟୁରଭଞ୍ଜ ସାମ୍ବାଦିକ ସଂଘର କାର୍ଯ୍ୟକର୍ତ୍ତା ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ମୁଖ୍ୟ ଆସାମୀ ଗିରଫ ନ ହେବା ଯାଏ ଏହି ଆନ୍ଦୋଳନ ଚାଲିବ ବୋଲି ମୟୁରଭଞ୍ଜ ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା ସୂଚନା ଦେଇଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories