www.samajalive.in
Friday, December 5, 2025
20.1 C
Bhubaneswar

ପ୍ରତାପ ଚନ୍ଦ୍ର ଧଳ ଚାନ୍ଦବାଲି ବ୍ଲକ ବିଜେଡି ସଭାପତି ଭାବେ ନିର୍ବାଚିତ

ଧାମରା: ବିଜୁ ଜନତା ଦଳ ପୁନଃ ପ୍ରତାପ ଚନ୍ଦ୍ର ଧଳଙ୍କୁ ଚାନ୍ଦବାଲି ବ୍ଲକର ସଭାପତି ଭାବେ ନିର୍ବାଚିତ କରିଛି। ସେ ଦୀର୍ଘ ଦିନ ହେବ ବିଜୁ ଜନତା ଦଳ ସହ ଓତପ୍ରୋତ ଭାବେ ଜଡିତ ରହି ଆସୁଥିବା ବେଳେ ୧୯୯୭ ମସିହାରେ ସେ ରାଜନୀତିରେ ପାଦ ଥାପିଥିଲେ। ୧୯୮୪ ମସିହାରେ ଯଶିପୁର ସେବା ସମବାୟ ସମିତିରେ ସଭାପତି, ୧୯୮୬ ମସିହାରୁ ଆଜି ପର୍ଯ୍ୟନ୍ତ ଚାନ୍ଦବାଲି ନିୟନ୍ତ୍ରିତ ବଜାର କମିଟିର ସଭାପତି, ୧୯୯୩ -୧୯୯୭ ଯଶିପୁର ପଂଚାୟତ ସରପଞ୍ଚ, ୨୦୦୨ ମସିହାରେ ନୂଆଗାଁ ପଞ୍ଚାୟତର ସମିତି ସଭ୍ୟ, ୨୦୦୭ ମସିହାରେରେ ଯଶିପୁର ପଂଚାୟତ ସରପଞ୍ଚ, ୧୯୯୭-୧୯୯୯ ପର୍ଯ୍ୟନ୍ତ ଚାନ୍ଦବାଲି ପଂଚାୟତ ସମିତିର ଉପ ସଭାପତି, ୧୯୯୯-୨୦୧୯ ପର୍ଯ୍ୟନ୍ତ ଚାନ୍ଦ ବାଲି ବ୍ଲକ ସଭାପତି, ୧୯୯୯-୨୦୧୫ମସିହା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ଟ୍ରେଜରର ଭାବେ, ୨୦୧୫ ରୁ ଆଜି ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ବିଜେଡିର ଉପ ସଭାପତି ଭାବେ କାର୍ଯ୍ୟ କରି ଆସିବା ସହ ଓଡିଶା ଖାଉଟି ସମବାୟ ମହାସଂଘ ନିଗମର ରାଜ୍ୟ ସଭାପତି ଭାବେ ନିଜର ଦକ୍ଷତା ପ୍ରତି ପାଦନ କରି ଆସୁଛନ୍ତି।

ଫଳରେ କେବଳ ଚାନ୍ଦବାଲି ବ୍ଲକ କିମ୍ବା ଭଦ୍ରକ ଜିଲ୍ଲାରେ ନୁହେଁ ସାରା ରାଜ୍ୟରେ ସେ ଜଣେ ବିଜେଡିର ଆଗ ଧାଡିର ନେତା ଭାବେ ଜଣାଶୁଣା। ସେ ସାଧାରଣ ଜନତାଙ୍କର ସୁଖ ଦୁଃଖରେ ଭାଗିଦାର ହୋଇ ଆସୁଥିବା ବେଳ ଆଜି ପୁନଃ ତାଙ୍କୁ ଚାନ୍ଦବାଲି ବ୍ଲକର ସଭାପତି ଭାବେ ନିର୍ବାଚିତ କରାଯାଇଛି ବୋଲି ଭଦ୍ରକ ଜିଲ୍ଲା ବିଜେଡି ପକ୍ଷରୁ ପ୍ରକାଶ। ଏହି ଖବର ଶୁଣିବା ପରେ ତାଙ୍କୁ ଚାନ୍ଦବାଲି ଠାରେ ଥିବା ଦଳୀୟ କାର୍ଯ୍ୟାଳୟରେ ବହୁ ବିଜେଡି ସରପଞ୍ଚ ସମିତି ସଭ୍ୟ ସଭ୍ୟାମାନେ ଭେଟି ଶୁଭେଚ୍ଛା ଜଣାଇଥିଲେ। ସେ ପୁନଃ ଚାନ୍ଦବାଲି ବ୍ଲକର ବିଜେଡି ସଭାପତି ଭାବେ ମନୋନୀତ ହୋଇ ଥିବାରୁ ସେ ମଧ୍ୟ ଏଥିପାଇଁ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ରାଜ୍ୟ ବିଜେଡିର ନେତୃବୃନ୍ଦଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଆଗାମୀ ଦିନରେ ସମସ୍ତ ଜନସାଧାରଣଙ୍କ ସୁଖ ଦୁଃଖରେ ସେ ଓତପ୍ରୋତ ଭାବେ ରହି କାର‌୍ୟ୍ୟ କରିବେ ବୋଲି ପ୍ରତିଶ୍ରୁତି ବଦ୍ଧ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories