www.samajalive.in
Friday, December 12, 2025
16.1 C
Bhubaneswar

ଧାମରାରେ ଗଡ଼ିଲା କୌଶଳ ରଥ

ଧାମରା: କେନ୍ଦ୍ର ସରକାରଙ୍କ ଦ୍ୱାରା ବିକାଶର ଧାରାକୁ ବଢ଼ାଇବା ଏବଂ ଯୁବକ ଯୁବତୀମାନଙ୍କୁ ଡିଜିଟାଲଇଜେସନ ମାଧ୍ୟମରେ କାର୍ଯ୍ୟ କରିବାର ଉନ୍ନତ ଶୈଳୀ ବିଷୟରେ ଜ୍ଞାନ ପ୍ରଦାନ କରିବାକୁ ଆରମ୍ଭ ହୋଇଥିବା କୌଶଳ ରଥ ଧାମରାରେ ପହଞ୍ଚିବା ପରେ ଏହାକୁ ଭବ୍ୟ ସ୍ବାଗତ କରାଯାଇଛି। ଏହି ଡିଜିଟାଲ ବସ୍ ମାଧ୍ୟମରେ ଡିଜିଟାଲ ସ୍ୱାକ୍ଷରତା, ଆର୍ଥିକ ସ୍ୱାକ୍ଷରତା, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁଚି ରହିଥିବା ବିକାଶକୁ ପରିସ୍ଫୁଟନ କରିବା ଏହି କୌଶଳ ରଥର କାର୍ଯ୍ୟ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଡିଜିଟାଲ କୌଶଳ ରଥ ମାଧ୍ୟମରେ ସେ ଜଣାଇବାକୁ ଚାହାନ୍ତି ଯେ, ୨୦୪୭ ମସିହା ସୁଦ୍ଧା ଭାରତର ଅର୍ଥନୀତି ୩୦ଟ୍ରିଲିୟନ ଡଲାରକୁ ଅତିକ୍ରମ କରିବ। ଫଳରେ ସ୍ୱଦେଶୀ ଜ୍ଞାନ କୌଶଳରେ ବର୍ତମାନର ଯୁବପିଢି, ଛାତ୍ରଛାତ୍ରୀ ଏହି ଡିଜିଟାଲାଇଜେସନ ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇପାରିବେ।

ଆତ୍ମନିର୍ଭରଶୀଳ ଭାରତ ମାଧ୍ୟମରେ ଭାରତର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ନାଗରିକ, ପୁରୁଷ, ମହିଳାମାନେ ଏହି ଚିନ୍ତାଧାରାରେ ଏହି ଦକ୍ଷତା ବିକାଶର ସୁଯୋଗ ନେବା ଅପରିହାର୍ଯ୍ୟ ହୋଇ ପଡ଼ିଛି। ଗୁରୁବାର ଏହି କୌଶଳ ରଥ ପ୍ରଥମେ ଶଶିକାଦେଇପୁର ନିଗମାନନ୍ଦ ବିଦ୍ୟାଳୟ, ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ଏବଂ ପରେ ଧାମରାଇ ଉଚ୍ଚ ବିଦ୍ୟାଳୟରେ ଆସି ପହଞ୍ଚିବା ପରେ ଏହି ବସ୍ ମଧ୍ୟରେ ଥିବା ସମସ୍ତ ବୈଷୟିକ ବ୍ୟବସ୍ଥାକୁ ସମସ୍ତ ଛାତ୍ରଛାତ୍ରୀ ପର୍ଯ୍ୟବେକ୍ଷଣ କରିଥିଲେ। ଆଜିର ଏହି କୌଶଳ ରଥକୁ ପ୍ରଥମେ ଶଶିକାଦେଇପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ବୁଲି ଦେଖିବା ପରେ ରଥ ଧାମରା ଉଚ୍ଚ ବିଦ୍ୟାଳୟ ଏବଂ ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ବୁଲି ଦେଖିଥିଲେ। ଏହି ରଥର ସୁରକ୍ଷା ପାଇଁ ବାଂଶଡା ଥାନା, ଧାମରା ଥାନା ଏବଂ ଧାମରା ସାମୁଦ୍ରିକ ଥାନାର ପୁଲିସ ମୁତୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାେରେ ରେବତୀକାନ୍ତ ବେହେରା, ପ୍ରଭାତ ଦାସ, ବିଜୟ ସାହୁ ରାଜେନ୍ଦ୍ର ନାରାୟଣ ରାଉତ, ଜଗନ୍ନାଥ ଦାସ, ବିଜୟ କୁମାର ରାଉତ, ନିଶାକର ପାତ୍ର, ଲକ୍ଷ୍ମୀଧର ବେହେରା, ମହିମା ପଲେ, ଅନୁପମା ମଲିକ, ମାନସ ରଞ୍ଜନ ଦାସ, ମନୋରଞ୍ଜନ ମଲିକ ପ୍ରମୁଖ ସହଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories