www.samajalive.in
Thursday, December 11, 2025
15.1 C
Bhubaneswar

ପିପିଲିରେ ଜାତୀୟ କ୍ରୀଡା ଦିବସ ପାଳିତ

ପିପିଲି:ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ଗୁରୁବାର ପିପିଲିରେ ଜାତୀୟ କ୍ରୀଡା ଦିବସ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ସାଢେ ୭ଟାରେ ପିପିଲି ନୋଡାଲ ହାଇସ୍କୁଲ ଖେଳପଡିଆରୁ ଏକ ବିଶାଳ କ୍ରୀଡା ଶୋଭାଯାତ୍ରା ବାହାରି ପିପିଲି ବଜାର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାକୁ ଅବସରପ୍ରାପ୍ତ ଲେଫ୍‌‌ନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ଓ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ପିପିଲିର ବିଭିନ୍ନ ବିଦ୍ୟାଳୟର ୫ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ସମେତ ୮ଟି କ୍ରୀଡା ସଂଗଠନର କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇଥିଲେ। ଜବାହର ବିଦ୍ୟାପୀଠ ଠାରେ ଶୋଭାଯାତ୍ରା ପହଞ୍ôଚବା ପରେ ସେଠାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଲେଫ୍‌‌ନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ବିଧାୟକ ଶ୍ରୀପଟ୍ଟନାୟକ, ଆନ୍ତର୍ଜାତିକ କ୍ରୀଡାବିତ୍‌‌ ଦୁତି ଚାନ୍ଦ, ପୂର୍ଣ୍ଣିମା ହେମ୍ବ୍ରମ, ଅଂଶିକା ମହାପାତ୍ର, ଚଳଚ୍ଚିତ୍ର ଅଭିନେତା ବବି ମିଶ୍ର, ପିପିଲି ସାଂସ୍କୃତିକ ପରିଷଦର ମୁଖ୍ୟ ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ସଂଯୋଜକ ଦୀନବନ୍ଧୁ ବେହୁରା, ଶିକ୍ଷାବିତ୍‌‌ ହେମନ୍ତ କୁମାର ପ୍ରଧାନ, ସମାଜସେବୀ ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ଧ୍ୟାନଚାନ୍ଦଙ୍କ ସଂପର୍କରେ ଆଲୋକପାତ କରିବା ସହ ଜାତୀୟ କ୍ରୀଡା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ପ୍ରକାଶ କରିଥିଲେ।

- Advertisement -

ରାଜ୍ୟରେ କ୍ରୀଡାର ମାନବୃଦ୍ଧି ପାଇଁ ପରିଷଦ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପରିଷଦର ମୁଖ୍ୟ ସଂପାଦକ ଶ୍ରୀମହାପାତ୍ର ସୂଚନା ଦେଇଥିଲେ। ଏହି ଅବସରରେ ୫ଜଣ କ୍ରୀଡାଶିକ୍ଷକଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକଙ୍କ ସମେତ ଅଞ୍ଚଳର ବହୁ କ୍ରୀଡାବିତ୍‌‌ ଯୋଗଦେଇଥିଲେ। ଅପରାହ୍ନରେ ଜଇସପାଟଣା ଠାରେ ପରିଷଦ ପକ୍ଷରୁ ରାଜ୍ୟର କେତେକ କ୍ରୀଡା ଶିକ୍ଷକ ଓ କ୍ରୀଡାବିତ୍‌‌ଙ୍କୁ ନେଇ କ୍ରୀଡାର ବିକାଶ ସଂପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories