www.samajalive.in
Saturday, December 6, 2025
26.1 C
Bhubaneswar

ଚାନ୍ଦବାଲି ହେବ ରାଜ୍ୟର ସବୁଠାରୁ ବିକାଶଶୀଳ ନିର୍ବାଚନ ମଣ୍ଡଳୀ; ମୁଖ୍ୟମନ୍ତ୍ରୀ

ଧାମରା : ସ୍ୱାଧିନତାର ୭୨ବର୍ଷ ପରେ ମଧ୍ୟ ଚାନ୍ଦବାଲିରେ ବିଭିନ୍ନ ରାଜନୈତିକ ନେତୃବୃନ୍ଦ ଏଠାରେ ରାଜନୀତି କରୁଥିବା ବେଳେ ନଦୀନାଳ ଘେରା ଚାନ୍ଦବାଲିର ବିକାଶ ପହୁ ପଛରେ ଥିଲା । ଚାନ୍ଦବାଲିରେ ଏହି ବିକାଶର ଧାରା ବଜାଇ ରହିବା ସହ ଆଗାମୀ ଦିନରେ ଚାନ୍ଦବାଲି ରାଜ୍ୟର ସବୁଠାରୁ ବିକାଶଶୀଳ ନିର୍ବାଚନ ମଣ୍ଡଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣରେ ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳ ମଣିଙ୍କ ପୀଠର ଉନ୍ନତି କଳ୍ପେ ୬କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ ।

୨୦୧୬ ମସିହାରେ ୧୫୦କୋଟି ଟଙ୍କାର ୮ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ଉକ୍ତ ଅନୁଦାନର ସୁବିନିଯୋଗ ହୋଇଥିବାରୁ ଚାନ୍ଦବାଲିର ବିକାଶ ଧାରାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ମଧ୍ୟାହ୍ନ ୧୨ଟାରେ  ହେଲିକପ୍ଟରରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ରାଜକୀୟ ଠାଣିରେ ସଭାସ୍ଥଳକୁ ପାଛୋଟି ଅଣାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଚାନ୍ଦବାଲିର ବହୁ ପ୍ରତିକ୍ଷିତ ୧୦୦ କୋଟି ଟଙ୍କାରଗ୍ରୀଡ,ଭଦ୍ରକ-ଚାନ୍ଦବାଲି ରାଜରାସ୍ତା,ଷ୍ଟାଡିୟମ,ଜାମୁଝାଡି-ଧାମରା ରାସ୍ତା, ଶିଶୁ ଉଦ୍ୟାନ,ମତ୍ସ୍ୟପ୍ରକ୍ରିୟା କରଣ କେନ୍ଦ୍ର,ଉଦଘାଟନ କରବା ସହ ୧୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଦେଇଥିଲେ । ଏଥି ନିମନ୍ତେ ହୋଇଥିବା ସାଧାରଣ ସଭାରେ କୁନା ତ୍ରିପାଠୀ ସଭାର ସଂଯୋଜନା କରିଥିବା ବେଳେ ଜିଲ୍ଲାପାଳ ଜ୍ଞାନରଞନ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଚାନ୍ଦବାଲି ବିଧାୟକ ବିକାଶର ଧାରା ବଜାୟ ରହିବ ବୋଲି ନିଜର ବକ୍ତବ୍ୟ ରଖିଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories