www.samajalive.in
Thursday, December 11, 2025
18.1 C
Bhubaneswar

ବିଧାନସଭା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜି

ଭୁବନେଶ୍ବର : ଷୋଡଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ସୋମବାର ମଧ୍ୟାହ୍ନରେ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି। କୋଭିଡ୍‌ ପରିପ୍ରେକ୍ଷୀରେ ବିଧାନସଭା ଭିତର ଏବଂ ବାହାର ସୁରକ୍ଷା ପାଇଁ କୋଭିଡ୍ ସ୍କ୍ବାଡ୍‌କୁ ନିୟୋଜିତ କରାଯାଇଛି। ଡିଜି ଶ୍ରୀ ଅଭୟଙ୍କ ସହିତ ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ, ଗୁଇନ୍ଦା ନିର୍ଦେଶକ ରାଧାକୃଷ୍ଣ ଶର୍ମା, ଏଡିଜି(ଆଇନଶୃଙ୍ଖଳା) ଯଶୋବନ୍ତ ଜେଠୁଆ, ଡିଆଇଜି(ଗୁଇନ୍ଦା) ଅନୁପ କୁମାର ସାହୁ, ଡିସିପି ଉମାଶଙ୍କର ଦାସ ଓ ଡିସିପି(ଟ୍ରାଫିକ) ସୌମ୍ୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ବିଧାନସଭା ସୁରକ୍ଷା ବ୍ୟବସ୍ଥାରେ ମୋଟ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଯେପରି ତ୍ରୁଟି ନ ରହିବ ସେଥିପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ବିଧାନସଭା ପାଇଁ ସହରର ପ୍ରମୁଖ ରାସ୍ତାରେ ଲାଗିଥିବା ସିସିଟିଭିଗୁଡ଼ିକ ମରାମତି କରାଯାଇଛି। ଧାରଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। କୌଣସି ସଂସ୍ଥାକୁ ବିକ୍ଷୋଭ ପ୍ରଦର୍ଶନ ବା ଧାରଣା ଦେବାକୁ ଅନୁମତି ଦିଆଯାଇ ନାହିଁ। କୌଣସି ସଂସ୍ଥା ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନୁମତି ମାଗିଲେ ସେସମ୍ପର୍କରେ ସରକାର ନିଷ୍ପତ୍ତି ନେବେ ବୋଲି ପୁଲିସ କମିସନର ଡ. ଷଡଙ୍ଗୀ ସୂଚନା ଦେଇଛନ୍ତି। ଲୋୟର ପିଏମ୍‌ଜିରେ ବାରିକେଡ୍‌ ନାହିଁ ତଥାପି ଧାରଣାସ୍ଥଳ ଉପରେ ୨୪ ଘଣ୍ଟିଆ ପହରା ଦିଆଯିବା ସହିତ ସିସିଟିଭି ଲଗାଯାଇ ନଜର ରଖାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories