www.samajalive.in
Wednesday, December 10, 2025
18.1 C
Bhubaneswar

ଆରମ୍ଭ ହେଲା +୩ ନାମଲେଖା ପ୍ରକ୍ରିୟା

-୧୦୨୯ ଶିକ୍ଷାନୁଷ୍ଠାନରେ ନାମଲେଖା
-ଅରିଜିନାଲ ସାର୍ଟିଫିକେଟ୍‌ ନ ଥିଲେ ବି ହୋଇପାରିବ ନାମଲେଖା
-ବିଦ୍ୟାର୍ଥୀଙ୍କ ପାଇଁ ଅଭିଭାବକ କରିପାରିବେ ରିପୋର୍ଟିଂ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଯୁକ୍ତ ତିନି କଲେଜ(ଡିଗ୍ରୀ କଲେଜ, ସେଲ୍ଫ ଫାଇନାସିଂ କଲେଜ, ସଂସ୍କୃତ କଲେଜ)ରେ ସ୍ନାତକ(+୩) ନାମଲେଖା ଆରମ୍ଭ ହୋଇଛି। ସୋମବାର ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ବା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବା ସହ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି।
ସାମ୍ସ ଜରିଆରେ ଅନ୍‌ଲାଇନ୍‌ରେ ଏହି ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ୧୦୨୯ କଲେଜର ୨ ଲକ୍ଷ ୪୯ ହଜାର ୭୯୦ ସିଟ୍‌ ପାଇଁ ୨ ଲକ୍ଷ ୧୩ ହଜାର ୯୫୯ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୫୮ ହଜାର ୫୪୦ ଛାତ୍ରଛାତ୍ରୀଙ୍କୁ ମନୋନୟନ କରାଯାଇଛି। ଚଳିତ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମରେ ଅଧିକାଂଶ ବିଷୟରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍‌ଅଫ୍‌ ମାର୍କ ସର୍ବାଗ୍ରେ ରହିଛି।
କଳା ବିଭାଗରେ ସର୍ବାଧିକ ୯୫ ହଜାର ୬୪୯ ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଡକାଯାଇଛି। ସେଲ୍ଫ ଫାଇନାନ୍ସିଂରେ ୧୦୮୧, ବାଣିଜ୍ୟରେ ୧୬ ହଜାର ୬୮୨, ସଂସ୍କୃତରେ ୩୮୧୮, ଫିଜିକାଲ ସାଇନ୍ସରେ ୨୩ ହଜାର ୮୧୭, ବାୟୋ ଲୋଜିକାଲ ସାଇନ୍ସରେ ୧୭ ହଜାର ୪୯୩ ଜଣ ବିଦ୍ୟାର୍ଥୀଙ୍କୁ ମନୋନୟନ କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ମନୋନୀତ ବିଦ୍ୟାର୍ଥୀ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ପହିଲା ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ସାମ୍ସ ଆକାଉଣ୍ଟରେ ଅନ୍‌ଲାଇନ୍‌ରେ ନାମଲେଖା ଫି ଦାଖଲ କରିପାରିବେ। ୨୯ ତାରିଖରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ନାମଲେଖା ସମ୍ବନ୍ଧୀୟ ସବିଶେଷ ତଥ୍ୟ ଅନ୍‌ଲାଇନ୍‌ରେ ଅପଡେଟ୍‌ ହେବ। ଅକ୍ଟୋବର ୮ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ସହ ୧୦ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖ‌ା ଅନୁଷ୍ଠିତ ହେବ।
ଅନ୍ୟପକ୍ଷରେ କରୋନା ସ୍ଥିତି ଯୋଗୁଁ ଚଳିତ ବର୍ଷ ଯୁକ୍ତ ଦୁଇ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ସାର୍ଟିଫିକେଟ୍‌, ମାର୍କସିଟ୍‌, ମାଇଗ୍ରେସନ ସାର୍ଟିଫିକେଟ୍‌ ପାଇନାହାନ୍ତି। ନାମଲେଖା ସମୟରେ ଯେଉଁ ବିଦ୍ୟାର୍ଥୀ ସାର୍ଟିଫିକେଟ୍‌ ଦାଖଲ କରି ନ ପାରିଲେ ମଧ୍ୟ ନାମ ଲେଖାଇପାରିବେ। ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଡାଉନ୍‌ଲୋଡ୍‌ ମାକ୍‌ସିଟ୍‌ ସହ ସେଲ୍ଫ ଆଟେଷ୍ଟେଡ୍‌କୁ ଗ୍ରହଣ କରାଯିବ। ନାମଲେଖା ସମୟରେ କଲେଜ ଓ ବିଶ୍ବବିଦ୍ୟାଳୟ ଓରିଜିନାଲ ସାର୍ଟିଫିକେଟ୍‌ ଦେଖାଇବାକୁ ଛାତ୍ରଛ‌ାତ୍ରୀଙ୍କୁ ବାଧ୍ୟ କରିପାରିବେ ନାହିଁ। ପ୍ରଥମ ପର୍ଯ୍ୟାୟ ଛାତ୍ରଛାତ୍ରୀ ନାମଲେଖାର ୧୨ ଦିନ ଓ ଦ୍ବିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ନାମ ଲେଖାର ୫ ଦିନ ମଧ୍ୟରେ ଓରିଜିନାଲ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ଦାଖଲ କରିପାରିବେ ବିଦ୍ୟାର୍ଥୀ। ଯଦି ରିପୋର୍ଟିଂ ଦିନ ଛାତ୍ରଛାତ୍ରୀ ନାମଲେଖା ପାଇଁ ଯାଇ ନପାରିବେ ସେ କ୍ଷେତ୍ରରେ ଅଭିଭାବକଙ୍କୁ ସୁଯୋଗ ମିଳିବ। ଏଥିପାଇଁ ସଂପୃକ୍ତ ବିଦ୍ୟାର୍ଥୀ ଅଣ୍ଡରଟେକିଂ ଲେଖି ଅଭିଭାବକଙ୍କୁ ଦେବେ।
ଚଳିତ ବର୍ଷ ବିଜେବି ମହାବିଦ୍ୟାଳୟ ବିଜ୍ଞାନ ପାଠ୍ୟକ୍ରମରେ ଗଣିତରେ ୯୫.୨, ପଦାର୍ଥ ବିଜ୍ଞାନରେ ୯୫%, ରସାୟନ ବିଜ୍ଞାନରେ ୯୪.୬, ପରିସଂଖ୍ୟାନ ୯୩.୪% ଥିବା ବେଳେ ଭୂତତ୍ତ୍ବ ବିଜ୍ଞାନରେ ଫକୀର ମୋହନ ସ୍ବୟଂଶାସିତ କଲେଜର ୯୦.୪, କମ୍ପ୍ୟୁଟର ସାଇନ୍ସରେ କଟକ ଷ୍ଟୁଆର୍ଟ ସାଇନ୍ସ ମହାବିଦ୍ୟାଳୟର ୭୮.୮୩ % କଟ୍‌ଅଫ୍‌ ରହିଛି।
କଳା ପାଠ୍ୟକ୍ରମରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଭୂଗୋଳ ବିଷୟରେ କଟ୍‌ ଅଫ୍‌ ମାର୍କ ୯୨% ,ଅର୍ଥନୀତିରେ ୯୦.୫, ଇଂରାଜୀ ୮୯.୨, ମନୋବିଜ୍ଞାନରେ ୮୭.୮% ରହିଛି। ସେହିପରି କଳା ପାଠ୍ୟକ୍ରମର ରାଜନୀତି ବିଜ୍ଞାନରେ ନିମାପଡ଼ାସ୍ଥିତ ଆଇଟିଏମ୍‌ଏସ୍‌ର କଟ୍‌ ଅଫ୍‌ ମାର୍କ ୯୧.୫% ରହିଛି।
ବାଣିଜ୍ୟ ବିଭାଗରେ ବିଜେବି ମହାବିଦ୍ୟାଳୟର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୮୮.୬୭% ଥିବା ବେଳେ ଆକାଉଣ୍ଟିଂରେ କୋରାପୁଟସ୍ଥିତ ଏରୋନେଟିକ୍ସ କଲେଜର ୪୮% ରହିଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories