www.samajalive.in
Monday, December 8, 2025
27.1 C
Bhubaneswar

କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିରୋଧୀ ଦଳ ବନ୍ଧୁମାନଙ୍କ ସବୁପ୍ରକାର ଗଠନମୂଳକ ପ୍ରସ୍ତାବ ଓ ସମାଲୋଚନାକୁ ଗ୍ରହଣ କରିବା ସହ ଯେ କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ। ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଅନୁଷ୍ଠିତ ବିଜୁ ଜନତା ଦଳ ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀଙ୍କ ସ୍ୱାର୍ଥ ରକ୍ଷା, କୃଷି ବିଲ, ନୂତନ ଶିକ୍ଷାନୀତି, କୋଭିଡ଼ ୧୯ପରିଚାଳନା ଆଦି ପ୍ରସଙ୍ଗରେ ଦଳର କି ପ୍ରକାର ଆଭିମୁଖ୍ୟ ପୋଷଣ କରିବ ସେ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ଦୃଷ୍ଟିଭଙ୍ଗୀ ସ୍ପଷ୍ଟ କରିଛନ୍ତି।
କୋଭିଡ଼ ନିୟମ ପାଳନ ଭିତରେ ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ବିଜେଡ଼ି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନନିବାସରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଧାୟକଙ୍କୁ ସମ୍ବୋଧିତ କରି କହିଥିଲେ ଯେ ୬ମାସ ଭିତରେ କୋଭିଡ଼ ଜନଜୀବନକୁ ପ୍ରଭାବିତ କରିଛି। ବିଶ୍ୱରେ ଭାରତ ହେଉଛି ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ରାଷ୍ଟ୍ର। ଦେଶର ଅର୍ଥନୀତିକୁ କୋଭିଡ଼ ପ୍ରଭାବିତ କରିଥିବାବେଳେ ଅଭିବୃଦ୍ଧି ୨୩% ପଛକୁ ପଳାଇଛି। ଲକ୍ଷାଧିକ ସଂଖ୍ୟାରେ ବ୍ୟବସାୟିକ ଉଦ୍ୟୋଗ ବନ୍ଦ ହେବା ସହ ନିୟୁତ ସଂଖ୍ୟାରେ ଲୋକେ ନିଯୁକ୍ତି ହରାଉଛନ୍ତି। ଏସବୁ ଭିତରେ ଓଡ଼ିଶାରେ ଜନସାଧାରଣଙ୍କ ସହଯୋଗ ଓ ଯୋଦ୍ଧାଙ୍କ କଠିନ ପରିଶ୍ରମ ଯୋଗୁଁ କୋଭିଡ଼ ବିରୋଧରେ ମୁକାବିଲା ଜାରି ରହିଛି। ଦେଶରେ ଆରୋଗ୍ୟ କ୍ଷେତ୍ରରେ ଆମେ ସବୁଠୁ ଆଗରେ ଥିବାବେଳେ ମୃତାହତ ସଂଖ୍ୟା କମାଇବାରେ ବି ସଫଳ ହୋଇଛେ। କୋଭିଡ଼ ହସ୍ପିଟାଲ, ଟିଏମସି ପ୍ରତିଷ୍ଠା ଏବଂ ଏ କ୍ଷେତ୍ରରେ ଗ୍ରାମ ପଞ୍ଚାୟତକୁ ଦକ୍ଷତାର ସହ ନିୟୋଜିତ କରିବା ଦ୍ୱାରା କୋଭିଡ଼ ପରିଚାଳନା କ୍ଷେତ୍ରରେ ଆମେ ଆଗରେ ରହିଛେ। ଟିଏମସିରେ ଖାଦ୍ୟଠାରୁ ଆରମ୍ଭ କରି ରହିବା ସୁବିଧା, ପରୀକ୍ଷା, ଲଜିଂ, ପରିବହନ, ଚିକିତ୍ସା, ପ୍ଲାଜମା ଥେରାପି ସବୁକିଛି ରୋଗୀଙ୍କୁ ମାଗଣାରେ ଯୋଗାଇ ଦିଆଯାଇଛି। ବ୍ଲଡ଼ ପ୍ଲାଜମା ଯୋଗାଇବା ଏବଂ ଜୀବନ ବିନ୍ଦୁ ଏବଂ ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମ ଜରିଆରେ ମୃତଦେହ ସଂସ୍କାର କାର୍ଯ୍ୟ କରିବା ନିମନ୍ତେ ମୁଁ ସମସ୍ତ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲି। ମାସ୍କ ବ୍ୟବହାର, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା ଆଦି ବିଷୟରେ ଆମେ ଲୋକଙ୍କୁ ସଚେତନତ କରାଇବା ଆବଶ୍ୟକ। ଏଥିପାଇଁ କୋଭିଡ଼ ନିୟମାବଳିକୁ ଅନୁସରଣ କରି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ଆମକୁ ମା​‌େ​‌ସବ୍ୟାପୀ ସଚେତନତା ଅଭିଯାନ ଆରମ୍ଭ କରିବାକୁ ପଡ଼ିବ। ନୂତନ ଶିକ୍ଷା ନୀତି ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏଥିପାଇଁ ଦଳ ପକ୍ଷରୁ କମିଟି ଗଠନ କରାଯାଇଛି। କମିଟି ସବୁ ଦିଗକୁ ବିଚାର କରିବ ଏବଂ ବିଭିନ୍ନ ବର୍ଗ ସହିତ ଆଲୋଚନା ପରେ ରିପୋର୍ଟ ପ୍ରସ୍ତୁତ କରିବ। ଦେଶରେ ଓଡ଼ିଶା ଏକମାତ୍ର ଭାଷା ଭିତ୍ତିରେ ଗଠିତ ରାଜ୍ୟ ହୋଇଥିବାରୁ ନୂତନ ଶିକ୍ଷା ନୀତି ହେଉ ବା କେନ୍ଦ୍ର ସରକାରଙ୍କର ଅନ୍ୟ ଯେକୌଣସି ପ୍ରକାର କାର୍ଯ୍ୟକ୍ରମ ଆମକୁ ଆମ ମାତୃଭାଷା ଓଡ଼ିଆକୁ ପ୍ରୋତ୍ସାହିତ ଓ ସୁରକ୍ଷିତ ରଖିବାକୁ ହେବ। ନୂତନ ଶିକ୍ଷାନୀତି ଦ୍ୱାରା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ କିଭଳି ଭାବେ ପ୍ରଭାବିତ ହେବେ ସେ ଦିଗ ମଧ୍ୟ ବିଚାରକୁ ନିଆଯିବ।
କୃଷି ବିଲ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ବିଜେଡ଼ି ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ। ଆମେ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଚଳନ ନିମନ୍ତେ ଏମ.ଏସ.ସ୍ୱାମୀନାଥନ ସୁପାରିସର କାର୍ଯ୍ୟକାରିତା ପାଇଁ ଆମର ଲଢ଼େଇ ଜାରି ରଖିବୁ। ବାସ୍ତବରେ ଏହା କୃଷକଙ୍କୁ ବହୁଳ ଭାବେ ସାହାଯ୍ୟ କରିବ। ପାର୍ଲାମେଣ୍ଟର ଉଭୟ ସଦନରେ କୃଷି ବିଲରେ କୃଷକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜେଡ଼ି ଏହାର ଉଦବେଗ ପ୍ରକାଶ କରିଛି। ପାର୍ଲାମେଣ୍ଟ କମିଟି ଦ୍ୱାରା ଏହାର ଯାଞ୍ଚ ପାଇଁ ପ୍ରସ୍ତାବ ଦେଇଥିଲା। ଏହା ଉପରେ ଥିବା ବ୍ୟବସ୍ଥାର ଅନୁଧ୍ୟାନ ନିମନ୍ତେ ଦଳ ପକ୍ଷରୁ ବିଧାୟକ, ସାଂସଦ ଓ ପ୍ରମୁଖ କୃଷକ ନେତାଙ୍କୁ ନେଇ ଏକ କମିଠି ଗଠନ କରାଯିବ। କୃଷକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ସେ ଭରସା ଦେଇଥିଲେ। ରାଜ୍ୟରେ ବିଦ୍ୟୁତ୍‍ ବ୍ୟବହାର କୋଭିଡ଼ ପୂର୍ବ ସ୍ଥିତିକୁ ଆସିଥିବାରୁ ଶିଳ୍ପ ଓ ବ୍ୟବସାୟରେ ଉନ୍ନତି ଘଟୁଛି। ମନରେଗାରେ ଆମେ ୨୦କୋଟି କାର୍ଯ୍ୟଦିବସ ଯୋଗାଇବାକୁ ଲକ୍ଷ୍ୟ ରଖିଛୁ। ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ କୃଷକ, ମହିଳା ଏସଏଚଜି ଓ ଏମଏସଏମଇକୁ ଋଣ ପ୍ରଦାନ ଉପରେ ଆମର ସର୍ବାଧିକ ଗୁରୁତ୍ୱ ରହିବ। କୋଭିଡ଼ ଲଢ଼େଇରେ ପ୍ରାଣବଳି ଦେଇଥିବା ଆମର ଯୋଦ୍ଧାଙ୍କ ପାଇଁ ଆମେ ଗର୍ବିତ। ସେମାନଙ୍କ ତ୍ୟାଗକୁ ଆମେ ସମ୍ମାନ ଜଣାଉଛୁ। ଏହି ପରିପ୍ରେକ୍ଷୀରେ ଅସୀମ ଧୈର୍ଯ୍ୟ ଓ ସାହସର ସହ ମହାମାରୀକୁ ସାମ୍ନା କରିଥିବା ସାଢ଼େ ୪କୋଟି ଓଡ଼ିଆଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories