www.samajalive.in
Monday, December 8, 2025
16.1 C
Bhubaneswar

ଆଉ ଜଣେ ବଣମଲ୍ଲି ବିରଜିନି

ରାୟଗଡ଼ା : ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀ ଅଧ୍ୟୁସିତ ଅଞ୍ଚଳର ଝିଅ ନିମିତା ମେଲେକା କିଛିଦିନ ତଳେ ସୁମଧୁର ଗୀତ ଗାଇ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ତାଙ୍କ ପରି ଆଉ ଜଣେ ବଣମଲ୍ଲି ବିରଜିନି ୩ଟି ଭାଷାରେ ଗୀତ ଗାଇ ପ୍ରଶଂସା ସାଉଁଣ୍ଟିବାରେ ଲାଗିଛନ୍ତି। ତାଙ୍କର ବୟସ ମାତ୍ର ୧୭ ବର୍ଷ। ଘର ରାୟଗଡା ଜିଲା ଗୁଣପୁର ଉପଖଣ୍ଡ ଆମ୍ବାବାଡି ଗ୍ରାମରେ। ତାଙ୍କର ପୁରନାମ ବିରଜିନି ଶବର। ସେ ହିନ୍ଦୀ, ତେଲୁଗୁ ଓ ଓଡ଼ିଆ ଗୀତ ବୋଲିବାରେ ପ୍ରବିଣ। ଅତି ସୁନ୍ଦର କଣ୍ଠ ଓ ନିପୂଣ ଭାବେ ଗୀତ ଗାଉଥିବାରୁ ଜଣେ ପେଷାଦାର କଣ୍ଠଶିଳ୍ପୀଙ୍କ ଝଲକ ତାଙ୍କ ମଧ୍ୟରେ ବାରି ହୋଇପଡୁଛି। ଏତେ ଅଳ୍ପ ବୟସରେ ଅବିଭକ୍ତ କୋରାପୁଟ ଜିଲାରେ ବିରଜିନିଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ଜଣାଶୁଣା କଣ୍ଠଶିଳ୍ପୀଙ୍କ ଭଳି ସେ ସଙ୍ଗୀତ ପରିବେଷଣ କରୁଛନ୍ତି।
ତାଙ୍କ ପରିବାର ଆର୍ଥିକ ପରିସ୍ଥିତି ଦୟନୀୟ। ତାଙ୍କ ମା’ କସ୍ତୁରୀ ଶବର ପେଷାରେ ଜଣେ ଆଶାକର୍ମୀ। ବାପା ଜାଗିଲି ଶବର ଶ୍ରମିକ ରୂପେ ସ୍ଥାନୀୟ ଅଞ୍ଚଳରେ କାମଧନ୍ଧା କରି ପରିବାର ପ୍ରତିପୋଷଣ କରୁଛନ୍ତି। ପାରିବାରିକ ଅନାଟନ ଯୋଗୁଁ ଘରେ ରହି ପାଠପଢା ସହ ସଙ୍ଗୀତକୁ ସମୟ ଦେବା ବିରଜିନିଙ୍କ ପାଇଁ ଅସମ୍ଭବ ହୋଇପଡୁଛ। ପାଠ ସହ ସଙ୍ଗୀତ ଶିଖିବାର ଦୃଢ ଇଛା ପାଇଁ ତାଙ୍କୁ ଘରୁ ବାହାରରେ ରହିବାକୁ ପଡିଥିଲା। ବିଦ୍ୟାଳୟରେ ପ୍ରାର୍ଥନା ବୋଲିଲା ବେଳେ ସ୍କୁଲ ଛାତ୍ରୀ ନିବାସ ମାଟ୍ରନ ତଥା ସ୍ୱେଚ୍ଚାସେବୀ ଅନିତା ସାହୁଙ୍କ ନଜର ତାଙ୍କ ଉପରେ ପଡିଥିଲା। ବିରଜିନିଙ୍କ ପରିବାରର ଆର୍ଥିକ ଅଭାବ ଯୋଗୁଁ ପଠାପଢାରେ ବାଧକ ସାଜୁଥିବାରୁ ଶ୍ରୀମତି ସାହୁ ବିରଜିନିଙ୍କୁ ନିଜ ଘରକୁ ଆଣି ତାଙ୍କ ପଠପଢାରେ ସହଯୋଗ କରିଛନ୍ତି। ବିରଜିନି ଗୁଣପୁର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଅଧ୍ୟୟନ କରି ଚଳିତ ବର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାଠ, ଗୀତକୁ ନିଜଠୁ କେବେ ଅଲଗା କରିନାହାନ୍ତି। ଗୀତଗୁଡିକୁ ଅତି ନିପୁଣ ଭାବେ ଗାଉଥିବାରୁ ସାମାଜିକ ଗଣମାଧ୍ୟମରେ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ଏଥିପାଇଁ ଥରେ ନବୀନ ନିବାସରୁ ବିରଜିନିଙ୍କୁ ଫୋନ ଯୋଗେ ପ୍ରଶଂସା କରାଯାଇଥିଲା। ପରବର୍ତ୍ତି ସମୟରେ ଚଳିତ ନିର୍ବାଚନୀ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାୟଗଡା ଗସ୍ତ ସମୟରେ ତାଙ୍କୁ ଷ୍ଟେଜରେ ଗୀତ ପରିବେଷଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଗସ୍ତ ଦିନ ବିରଜିନି ମୁଖ୍ୟମନ୍ତ୍ରୀଙ୍କ ଆସିବା ପୂର୍ବରୁ ସୁନ୍ଦର ମନୋରମ ଭଳିକି ଭଳି ଗୀତ ଗାଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ମିଶନ ଶକ୍ତି ନିର୍ଦେଶିକା ତାଙ୍କ ଗୀତରେ ମନ୍ତ୍ରମୁଗ୍ଧ ହୋଇ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ। ତାଙ୍କୁ ଆଗାମୀ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ମଧ୍ୟ କରିଥିଲେ। ପରେ ସେ ବଲାଙ୍ଗିରଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ସେଠାରେ ଦେଶାତ୍ମକବୋଧକ ସଙ୍ଗୀତ ପରିବେଷଣ କରିଥିଲେ। ଫଳରେ ତାଙ୍କୁ ମାଗଣା ଉଚ୍ଚ ଶିକ୍ଷା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା।
ବିରଜିନିଙ୍କ ପ୍ରତିଭା ବିଷୟରେ ଖବର ପାଇ ଆକାଶବାଣୀ ଜୟପୁରୁ ତାଙ୍କୁ ରେଡିଓରେ ଗୀତ ପରିବେଷଣ କରିବାର ସୁଯୋଗ ମିଳିଥିଲା। ସଙ୍ଗୀତକୁ ବ୍ରତ ଭଳି ମାନି ନେଇଛନ୍ତି ବିରଜିନି। ଗୀତ ଗାଇ ଲୋକଙ୍କ ମନ ଜିଣିପାରିଛନ୍ତି। ଆଦିବାସୀ ଅଧ୍ୟୁସିତ ଜିଲାରେ ସଙ୍ଗୀତ କ୍ଷେତ୍ରରେ ସୁଯୋଗ ନ ମିଳିବାରୁ ବିରଜିନିଙ୍କ ଭବିଷ୍ୟତ ଅନ୍ଧକାରମୟ ଆଡକୁ ଟାଣୁ ହେଉଛି। ଏହି ବଣମାଲ୍ଲି ବଣରେ ପ୍ରସ୍ଫୁଟିତ ହୋଇ ଝଡି ନ ଯାଉ ବୋଲି ସାଧାରଣରେ କୁହାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories