www.samajalive.in
Sunday, December 14, 2025
14.1 C
Bhubaneswar

‘ଆମ ଲଢେଇ ଆତଙ୍କବାଦ ବିରୁଦ୍ଧରେ, ପାକିସ୍ତାନୀ ସେନା ସହିତ ନୁହେଁ’

ନୂଆଦିଲ୍ଲୀ : ଭାରତର ୩ ସେନା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ରହିଥିବା କହିଲେ ଏୟାର ମାର୍ଶଲ ଏକେ ଭାରତୀ । ଡିଜିଏମଓ ସ୍ତରୀୟ ପ୍ରେସମିଟରେ ଏୟାର ମାର୍ଶଲ ଏକେ ଭାରତୀ ସୂଚନା ଦେଇ କହିଛନ୍ତି କି କୌଣସି ବି ପରିସ୍ଥିତି ପାଇଁ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଯଦି ଆଗକୁ ଲଢେଇ ହେବ ତେବେ ଫଳାଫଲ ସମ୍ପୂର୍ଣ୍ଣ ଅଲଗା ହେବ ବୋଲି ସେ କହିଛନ୍ତି । ଏଥିପାଇଁ ସମସ୍ତ ପ୍ରକାର କୌଶଳ ଆପଣାଉଛୁ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହିତ ଆମ ଲଢେଇ ଆତଙ୍କବାଦ ବିରୁଦ୍ଧରେ, ପାକିସ୍ତାନୀ ସେନା ସହିତ ନୁହେଁ ବୋଲି ଭାରତୀ କହିଥିଲେ । କହିରଖୁଛୁ ଗତ କିଛି ଦିନ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପ୍ରାୟତଃ ଶାନ୍ତ ପଡ଼ିଯାଇଛି। ଗତକାଲି ରାତିରେ ସୀମାରେ କୌଣସି ଗୁଳିଚାଳନା ହୋଇନାହିଁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ପ୍ରଥମଥର ପାଇଁ ଦୁଇ ଦେଶର ଡିଜିଏମଓଙ୍କ ମଧ୍ୟରେ ଅପରାହ୍ନରେ ଆଲୋଚନା ହେବାର ଥିଲା ଯାହାକି ଟଳି ଯାଇଛି। ଏହି ବୈଠକ ସନ୍ଧ୍ୟାରେ ହେବାର ସମ୍ଭାବନା ରହିଛି।

- Advertisement -

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories