www.samajalive.in
Saturday, December 6, 2025
23.1 C
Bhubaneswar

ଆସିଲା ଆଉ ଏକ କରୋନା ଟିକା : ଜାଏଡସ କାଡିଲାର ‘ଭିରାଫିନ୍’କୁ ମଞ୍ଜୁରୀ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ବେଳେ ସରକାର ଆଉ ଏକ କରୋନା ଟିକାକୁ ମଞ୍ଜୁରୀ ଦେଇଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜାଏଡସ କାଡିଲା ଦ୍ବାରା ପ୍ରସ୍ତୁତ ‘ଭିରାଫିନ୍’ ଇଞ୍ଜେକ୍ସନକୁ ଭାରତୀୟ ଔଷଧ ନିୟନ୍ତ୍ରକ ମହାନିଦେର୍ଶକ(ଡିଜିସିଆଇ) ଅନୁମୋଦନ କରିଛନ୍ତି । ଏହା ମଧ୍ୟମ ଶ୍ରେଣୀ ବୟସ୍କ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହୋଇପାରିବ ।
‘ଭିରାଫିନ୍’କୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ୪ଟି ଟିକାକୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ମଞ୍ଜୁରୀ ମିଳିଛି । ଚଳିତ ମାସରେ ପୂର୍ବରୁ ଡିଜିସିଆଇ ଋଷ ନିର୍ମିତ ‘ସ୍ଫୁଟନିକ-ଭି’କୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଥିଲେ ।  ଏହା ପୂର୍ବରୁ ଗତ ଜାନୁଆରୀ ମାସରେ ସିରମ୍ ଇନଷ୍ଟିଚ୍ୟୁଟର ‘କୋଭିସିଲ୍ଡ’ ଏବଂ ଭାରତ ବାୟୋଟେକର ‘କୋଭାକ୍ସିନ’କୁ ଡିସିଜିଆଇର ମଞ୍ଜୁରୀ ମିଳିଥିଲା । ପରେ ଜାନୁଆରୀ ୧୬ରୁ ଦେଶରେ ସର୍ବ ବୃହତ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ଯାହା ଆଜି ୯୮ ଦିନରେ ପହଞ୍ଚିଛି ।

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories