www.samajalive.in
Monday, December 8, 2025
16.1 C
Bhubaneswar

କରୋନାକୁ ମାରିବ ‘ଡ଼େକ୍ସାମେଥାସୋନ’; ନିରାପଦ ମାନିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

କରୋନା ପ୍ରତିରୋଧୀ ଟିକା ଉଦ୍ଭାବନ ଲାଗି ପ୍ରୟାସ ଚାଲିଛି । ରୁଷରେ ଏହି ଟିକା ଉଦ୍ଭାବନ ହୋଇଛି ବୋଲି ଚର୍ଚା ଚାଲିଛି । ଚୀନ, ଆମେରିକା, ବ୍ରିଟେନ, ଭାରତ ପରି ଦେଶ ଅହରହ କରୋନା ଔଷଧ ଉଦ୍ଭାବନ ନିମନ୍ତେ ଗବେଷଣା ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ପୁରୁଣା ଔଷଧ କରୋନା ଉପରେ ପ୍ରଭାବଶାଳୀ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ହାଇଡ଼୍ରୋକ୍ଲୋରୋକ୍ବିନ, ମେଟାଫରମିନ୍ ଅପେକ୍ଷା ଏହି ଔଷଧ କରୋନା ଭଲ କରିବାରେ ବେଶ ଉପଯୋଗୀ ହୋଇପାରିଛି ବୋଲି ଅନେକ ବିଶେଷଜ୍ଞ ଓ ଡ଼ାକ୍ତର ଦାବି କରୁଛନ୍ତି । ଏହି ଔଷଧ ହେଉଛି ଅଳ୍ପ କ୍ଷମତାସମ୍ପନ ଏକ ଷ୍ଟେରଏଡ଼, ଯାହାର ନାଁ ହେଉଛି ଡ଼େକ୍ସାମେଥାସୋନ । କମ୍ ମୂଲ୍ୟରେ ମିଳୁଥିବା ଏହି ଔଷଦ କରୋନା ରୋଗୀଙ୍କ ଉପରେ ବେଶ୍ ପ୍ରଭାବଶାଳୀ ହୋଇ ପାରୁଛି ବୋଲି କୁହାଯାଉଛି । ଏପରିକି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ଏହାକୁ ପାର୍ଶ୍ବପ୍ରତିକ୍ରିୟାହୀନ ଓ ନିରାପଦ ବୋଲି ଟିପ୍ପଣୀ କରିଥିବା ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । କରୋନା ପୀଡ଼ିତମାନଙ୍କ ଚିକିତ୍ସାରେ  ଡେକ୍ସାମେଥାସନ ବ୍ୟବହାର ଦ୍ୱାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟାର ପ୍ରମାଣ ଏଯାଏ ମିଳିନାହିଁ ।  ଏହି ଆଧାରରେ ଡବ୍ଲ୍ୟୁଏଚଏଓ କୋରୋନା ଚିକିତ୍ସା ପାଇଁ ଡେକ୍ସାମେଥାସନ ଔଷଧକୁ ନିରାପଦ ଘୋଷଣା କରିଛି।

କୁହାଯାଉଛି  କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଡେକ୍ସାମେଥାସୋନ(dexamethasone) ଏକ ପ୍ରଭାବଶାଳୀ ଏବଂ ଶସ୍ତା ଔଷଧ । ଇଂଲଣ୍ଡର କିଛି ବିଶେଷଜ୍ଞ କହିଛନ୍ତି ଯେ  କରୋନା ରୋଗର ପ୍ରଭାବକୁ ହ୍ରାସ କରିବା ପାଇଁ ବ୍ୟବହୃତ ଷ୍ଟେରଏଡ ଡେକ୍ସାମେଥାସୋନ ସଫଳ ହୋଇପାରିଛି ।  ଯେଉଁ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି ସେମାନଙ୍କ ଜୀବନ ବଞ୍ଚାଇବାରେ ଏହା ସଫଳ ବୋଲି ପ୍ରମାଣିତ ହୋଇଛି। ଏହାର ବ୍ୟବହାର ଭେଣ୍ଟିଲେଟରରେ ଥିବା ରୋଗୀଙ୍କ ମୃତ୍ୟୁ ହାରକୁ ୩୩.୩୩ ଏବଂ କମ୍ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ ମୃତ୍ୟୁ ହାରକୁ  ୨୦% ହ୍ରାସ କରିଛି।

- Advertisement -

କରୋନା ଚିକିତ୍ସା ପାଇଁ ରେମଡିସିଭର ଔଷଧ ନିରାପଦ ବୋଲି କୁହାଯାଉଥିଲା । ମାତ୍ର ପରବର୍ତୀ ସମୟରେ ଏହା ସାମାନ୍ୟ ଲକ୍ଷଣ ଥିବା ବା ପ୍ରାରମ୍ଭିକ କରୋନା ରୋଗୀଙ୍କ କ୍ଷେତ୍ରରେ ଉପଯୋଗୀ ବୋଲି ଡ଼ାକ୍ତରମାନେ କହିଥିଲେ । କିନ୍ତୁ ଯେଉଁ ସଂକ୍ରମିତମାନଙ୍କର ସ୍ଥିତି ଗୁରୁତର ସେମାନଙ୍କ ଉପରେ ରେମଡ଼ିସଭିର ସେତେ ପ୍ରଭାବଶାଳୀ ହୋଇ ପାରି ନ ଥିଲା । ଏହି ସ୍ଥିତିରେ ଡ଼େକ୍ସାମେଥାସନକୁ ବ୍ୟବହାର କରାଯାଇ ସୁଫଳ ମିଳିଥିବା ଡ଼ାକ୍ତରମାନେ ଦାବି କରୁଛନ୍ତି ।  ଡେକ୍ସାମେଥାସନ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ସକରାତ୍ମକ ପ୍ରଭାବ ପକାଇଥିବାର ଗବେଷଣାରୁ ସୂଚନା ମିଳିଛି ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories