www.samajalive.in
Saturday, December 6, 2025
23.1 C
Bhubaneswar

ଲକଡାଉନରେ ବିକାଶ : ପ୍ରଶାସନର ଶେଷ ଅସ୍ତ୍ର ମନରେଗା ଯୋଜନା

ସଇଁନ୍ତଲା/ବେଲଗାଁ : ଚିର ମରୁଡି ପ୍ରବଣ ତଥା ଶିଳ୍ପବିହୀନ ସଇଁନ୍ତଲା ବ୍ଲକ ଅଂଚଳରେ ଦୀର୍ଘ ଦୁଇ ମାସ ପରେ ଲକଡାଉନ କୋହଳ ନେଇ ଅଭାବଗ୍ରସ୍ତ ଚାଷୀ ତଥା ଶ୍ରମିକ ପରିବାରଙ୍କୁ କାମଧନ୍ଦା ଯୋଗାଇବାକୁ ମନରେଗା ଯୋଜନା ହିଁ ଏକ ମାତ୍ର ଶେଷ ଅସ୍ତ୍ର ପ୍ରଶାସନ ପାଖରେ ରହିଛି। ଅଦ୍ୟାବଧି ବ୍ଲକ ଅଂଚଳର ପ୍ରାୟ ୪୫୦୦ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦିଆଯାଇଛି। ଏହା ସହ ୪୪୦ଟି ପ୍ରକଳ୍ପ ହାତକୁ ନିଆଯାଇଛି। ଏନେଇ ବିଡିଓ ଦେବାଶିଷ ସାମଲ, ଜିପିଇଓ କିଶୋର ମାନସିଂ, ଏପିଓ ସୁବାଶ ବେହେରା ଗୁରୁବାର ବିଭିନ୍ନ ପ୍ରକଳ୍ପ ଗସ୍ତ କରି କାମ ତଦାରଖ କରୁଛନ୍ତି। ବିଶେଷ କରି ଏଅଂଚଳରେ ଗ୍ରୀଷ୍ମ ଋତୁରେ ପୋଖରି ଗୁଡିକ ଶୁଷ୍କ ହୋଇପଡୁଥିବା ନେଇ ସାଧାରଣ ଜନତାଙ୍କ ସ୍ନାନଶୌଚ ପାଇଁ ସମସ୍ୟା ସୃଷ୍ଟି କରିଛି। ଅନ୍ୟପକ୍ଷରେ ପୋଖରୀରେ ସର୍ବଦା ଜଳ ରହିଲେ ତଳ ଜମି ଗୁଡିକ ଓଦାଳିଆ ରହି ଗ୍ରୀଷ୍ମରେ ମଧ୍ୟ ଚାଷୋପଯୋଗୀ ହୋଇପାରିବ। ସମ୍ପ୍ରତି ହାତକୁ ନିଆଯାଇଥିବା ୪୪୦ଟି ପ୍ରକଳ୍ପ ମଧ୍ୟରୁ କେବଳ ୪୨ଟି ପୋଖରୀଖନନ ଫାଇଲ ଖୋଲା ହୋଇଥିବା ବ୍ଲକ ଏପିଓ ଶ୍ରୀ ବେହେରାଙ୍କ ସୁତ୍ରରୁ ଜଣାପଡିଛି।
ଅପରପକ୍ଷରେ ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ପ୍ରଦାନ ପାଇଁ ଯୋଜନାରେ ଡଗୱେଲ ଖୋଲିବା ପାଇଁ ୧ ଲକ୍ଷ ୪୫ ହଜାର ଟଙ୍କା ଖର୍ଚ୍ଚ କରିବା ବ୍ୟବସ୍ଥା ରହିଛି। ହେଲେ ଏହି ବ୍ଲକରେ ମାତ୍ର ୪ଟି ଡଗୱେଲ ପ୍ରକଳ୍ପକୁ ମଞ୍ଜୁର କରିବା ମନରେଗା ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଯୋଜନାରେ ଗୋପାଳନକୁ ପ୍ରୋତ୍ସାହନ ପାଇଁ ଗୋଚାଷୀଙ୍କୁ ୧ ଲକ୍ଷ ୨୫ ହଜାର ଟଙ୍କା ଗାଈଗୁହାଳ ନିର୍ମାଣ ପ୍ରଦାନ ପାଇଁ ବ୍ୟବସ୍ଥା ରହିଥିବା ବେଳେ ଚାଷୀ ସେଥିରୁ ବଂଚିତ ରହିଛନ୍ତି। ଅପରପକ୍ଷରେ ବାହାର ରାଜ୍ୟରୁ ହଜାର ହଜାର ଶ୍ରମିକ କର୍ମହରା ହୋଇ ଫେରିବାରେ ଲାଗିଛନ୍ତି। ଏନେଇ ସରକାର ପ୍ରତ୍ୟେକ ଗାଁ ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ ଦେଇଛନ୍ତି। ଏପରିପ୍ରେକ୍ଷିରେ ମନରେଗା ଯୋଜନାରେ କୃଷି ଭିତ୍ତିକ ପ୍ରକଳ୍ପ କ୍ରିୟାନ୍ୱୟନ କରାଗଲେ ଫଳପ୍ରଦ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories