www.samajalive.in
Saturday, December 13, 2025
21.1 C
Bhubaneswar

ରେଳ ବିଭାଗର ଦାୟିତ୍ବହୀନତା ଯୋଗୁଁ ଟ୍ରେନ ଯାତ୍ରାରୁ ବଞ୍ଚିତ, ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ନୋଟିସ

ପାଟନା: ବିହାରର ଜଣେ ବ୍ୟକ୍ତି ରେଳ ବିଭାଗ ନିକଟରୁ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା ଦାବି କରିଥିବାବେଳେ ଓକିଲ ଜରିଆରେ ଏ ସମ୍ପର୍କିତ ନୋଟିସ ପଠାଇଥିବା ଜଣାପଡିଛି। ଜନକ କିଶୋର ଝା ନାମକ ଏହି ବ୍ୟକ୍ତି କେତେକ ସମ୍ପର୍କୀୟଙ୍କ ସହ ଚଳିତମାସ ୨୬ରେ ସ୍ବତନ୍ତ୍ର ସେନାନି ଏକ୍ସପ୍ରେସ ଯୋଗେ ପ୍ରୟାଗରାଜ ଯିବାକୁ ଥାର୍ଡ ଏସିରେ ଟିକଟ ବୁକ୍‌ କରିଥିଲେ। ତେବେ ମୁଜାଫରପୁର ଷ୍ଟେସନରେ ଟ୍ରେନ ଲାଗିବା ପରେ ସଂପୃକ୍ତ ବଗି ଭିତର ପଟୁ ବନ୍ଦ ରହିଥିଲା। ଯେତେ ଉଦ୍ୟମ କଲେ ସୁଦ୍ଧା କବାଟ ନ ଖୋଲିବାରୁ ସେମାନେ ଟ୍ରେନ ଚଢିପାରିନଥିଲେ।

ଏପରିକି ରେଳ କର୍ମଚାରୀଙ୍କ ସହାୟତା ଲୋଡିଥିଲେ ସୁଦ୍ଧା ତାଙ୍କୁ ନିରାଶ ହେବାକୁ ପଡିଥିଲା। ଟ୍ରେନ୍‌ ଚାଲିଯିବା ପରେ ଜନକ ଏହି ପ୍ରସଙ୍ଗରେ ରେଳବାଇ ବୋର୍ଡ ଅଧ୍ୟକ୍ଷ ଏବଂ ସିଇଓଙ୍କୁ ପତ୍ର ପଠାଇଥିଲେ। ୧୫ ଦିନ ମଧ୍ୟରେ ସୁଧ ସମେତ ଟିକଟ ଅର୍ଥ ଫେରସ୍ତ ନ କଲେ, ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଓକିଲ ଜରିଆରେ ନୋଟିସ ପଠାଇଛନ୍ତି। ରେଳ ବିଭାଗର ଦାୟିତ୍ବହୀନତା ଯୋଗୁଁ ତାଙ୍କ ପରିବାର ଟ୍ରେନ ଯାତ୍ରାରୁ ବଞ୍ଚିତ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହାବ୍ୟତୀତ ମହାକୁମ୍ଭରେ ବୁଡ ପକାଇବା ସମ୍ଭବ ହୋଇପାରିନଥିବାରୁ ସେ ମାନସିକ ସ୍ତରରେ ଆଘାତ ପାଇଥିବା ମଧ୍ୟ କହିଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories