ଦେଓଗାଁରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନ ଶିବିର

ଦେଓଗାଁ: ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ଓ କୁକୁତାପଡା ପଞ୍ଚାୟତ ଠାରେ ଗୁରୁବାର ଆମ ଓଡ଼ିଶା ନବୀନ ଓଡିଶା ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ସମ୍ନାନିତ ଅତିଥି ଭାବେ ପୂର୍ବ ବିଡ଼ିସିସି ସଭାପତି ଲକ୍ଷଣ ମେହେର, ସୁଶୀଲ ଚାନ୍ଦ ଯୋଗ ଦେଇ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ । ଅର୍ଜୁନ ପୁରରେ ଅନୁଷ୍ଠିତ ହୋଇଥିବା ଶିବିରରେ ସରପଞ୍ଚ ଗୀତା ଜଗଦଲ ଓ କୁଳୁତା ପଡ଼ାରେ ସରପଞ୍ଚ ଦୁଷ୍ମନ୍ତ ସାହୁ ସଭା ପରିଚାଳନା କରିଥିଲେ। ଏହି କାର୍ୟ୍ୟକ୍ରମରେ ବ୍ଲକ ଉପାଧକ୍ଷା ସୂର୍ୟ୍ୟକାନ୍ତି ଛତ୍ରୀଆ ନୋଡାଲ ଅଫିସର ଭାବରେ ଏପିଇଓ ସୁଧାଂଶୁ ମେହେର, ବିପିସି ଦିଲୀପ ସାହୁ ଯୋଗ ଦେଇଥିବା ବେଳେ ପିଇଓ ବିରେନ୍ଦ୍ର ନାଗ, ଲିଙ୍ଗରାଜ ସୁନା ଉପସ୍ଥିତ ରହିଥିଲେ।

Comments are closed.