www.samajalive.in
Saturday, December 6, 2025
19.1 C
Bhubaneswar

ବେଆଇନ କେନ୍ଦୁପତ୍ର ବୋଝେଇ ଭ୍ୟାନ ଜବତ ; ଜଣେ ଗିରଫ

ଦେବଗଡ : ଗତକାଲି ବିଳମ୍ବିତ ରାତ୍ରୀରେ ଏକ ପିକଅପ୍ ଭ୍ୟାନ ଯୋଗେ ବିପୁଳ ପରିମାଣର ବେଆଇନ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବେଳେ ଦେବଗଡ ବନ ବିଭାଗ ପକ୍ଷରୁ ଚଢଉ କରାଯାଇ ଉକ୍ତ କେନ୍ଦୁପତ୍ର ବୋଝେଇ ଭ୍ୟାନଟିକୁ ଜବତ କରାଯାଇଛି। ଜବତ ହୋଇଥିବା କେନ୍ଦୁପତ୍ରର ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରୀରେ ଦେବଗଡ ବନ ବିଭାଗ ଫରେଷ୍ଟର ଭୀମସେନ ଶତପଥି ବିଭାଗୀୟ କର୍ମଚାରୀଙ୍କ ସହ ରାତ୍ରୀ ପ୍ୟାଟ୍ରୋଲିଂ କରୁଥିବା ବେଳେ ଏକ ବେଆଇନ କେନ୍ଦୁପତ୍ର ବୋଝେଇ ଭ୍ୟାନ ରିଆମାଳ ପଟୁ କୋଲକାତା ଆଡକୁ ଯାଉଥିବା ସୂଚନା ମିଳିଥିଲା। ଉକ୍ତ ଭ୍ୟାନଟି ରିଆମାଳ ପଟୁ ରାଂଚି-ବିଜୟୱାଡା ରାସ୍ତା ଦେଇ ଧୋବଲିପଥର ଛକରେ ପହଂଚିବାପରେ ସେଠାରୁ କାଲକାଠ ରାସ୍ତା ଦେଇ ୪୯ ନମ୍ବର ଜାତୀୟ ରାଜପଥ ଆଡକୁ ମୁହାଁଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ବନ ବିଭାଗ କର୍ମଚାରୀ ମାନେ ଉକ୍ତ ଭ୍ୟାନଟିକୁ କାଲକାଠ ନିକଟରେ ଅଟକାଇ ଯାଂଚ କରିଥିଲେ। ଯାଂଚ ବେଳେ ଉକ୍ତ ଭ୍ୟାନରେ ବିପୁଳ ପରିମାଣର ବେଆଇନ କେନ୍ଦୁପତ୍ର ରହିଥିବା ଜଣାପଡିଥିଲା। ମାତ୍ର ଗାଡିର ଚାଳକ ଉକ୍ତ କେନ୍ଦୁପତ୍ର ସମ୍ବନ୍ଧିତ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲା। ଫଳରେ ବନ ବିଭାଗ କର୍ମଚାରୀ ମାନେ ଉକ୍ତ କେନ୍ଦୁପତ୍ର ବୋଝେଇ ଭ୍ୟାନଟିକୁ ଜବତ କରିବାସହ ଚାଳକ ମିଲଟନ୍ ସାହୁକୁ ଗିରଫ କରିଥିଲେ। ଏନେଇ ବନ ବିବାଗ ପକ୍ଷରୁ ଏକ ମାମଲା  ରୁଜୁକରାଯାଇ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି। ସେହିପରି ଜବତ କେନ୍ଦୁପତ୍ରର ମୂଲ୍ୟ ଆକଳନ କରାଯିବା ପରେ ଏହା କେନ୍ଦୁପତ୍ର ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories