www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରଧାନପାଟ ପିଣ୍ଡିରୁ ସ୍ୟାଣ୍ଡାଲ ଚପଲ ଓ ଭ୍ୟାନିଟୀ ବ୍ୟାଗ ଉଦ୍ଧାର

ଦେବଗଡ଼ :ଦେବଗଡ ଆଦର୍ଶ ପୁଲିସ ଆଜି ପ୍ରଧାନପାଟ ଜଳ ପ୍ରପାତ ନିକଟସ୍ଥ ପିଣ୍ଡିରୁ ସନ୍ଦେହଜନକ ଭାବେ ପଡିଥିବା ଏକ ଭ୍ୟାନିଟୀ ବ୍ୟାଗ ଏବଂ ହଳେ ସ୍ୟାଣ୍ଡାଲ ଚପଲ ଉଦ୍ଧାର କରିଥିବା ଜଣାପଡିଛି। ଏଗୁଡିକ କାହାର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡିନଥିଲେ ହେଁ  ବ୍ୟାଗ ମଧ୍ୟରେ ନଗଦ ୩ହଜାର ରୁ ଅଧିକ ଟଙ୍କା, ଚୁଡି, ରୂପା ଗୋଡମୁଦି, ଏକ ସୁନେଲୀ ରଙ୍ଗର ଚେନ ସମେତ ବିଭିନ୍ନ ପ୍ରଶାଧନ ସାମଗ୍ରୀ ରହିଥିବାରୁ ଏହା କୌଣସି ଯୁବତୀଙ୍କର ହୋଇଥିବା ପୁଲିସ ଅନୁମାନ କରୁଛି। ତେବେ କେଉଁ ପରିସ୍ଥିତିରେ ଏହା ସେଠାକୁ ଆସିଲା ତାହା ବର୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ।
ଅନ୍ୟପକ୍ଷରେ ଏହା ପଛରେ କୌଣସି ଅପରାଧ କିମ୍ବା ଅଘଟଣ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ସହରର କେତେକ ବ୍ୟକ୍ତି ଆଜି ସକାଳେ ମର୍ଣ୍ଣିଂ ୱାକ ପାଇଁ ପ୍ରଧାନପାଟ ଜଳ ପ୍ରପାତକୁ ଯାଇଥିବା ବେଳେ ପ୍ରପାତ ପାଦଦେଶରେ ଥିବା ପିଣ୍ଡିରେ ଏକ ହଳ ସ୍ୟାଣ୍ଡେଲ ଚପଲ ଓ ଏକ ନୂଆ ଭ୍ୟାନିଟୀ ବ୍ୟାଗ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଦେବଗଡ ଆଦର୍ଶ ଥାନା ପୁଲିସକୁ ସୂଚନା ଦେବାରୁ ପୁଲିସ ଏଗୁଡିକୁ ଉଦ୍ଧାର କରି ଥାନାକୁ ନେବାସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଯାଂଚ ସମୟରେ ଉକ୍ତ ଭ୍ୟାନିଟୀ ବ୍ୟାଗ ମଧ୍ୟରୁ ନଗଦ ୩ହଜାର ରୁ ଅଧିକ ଟଙ୍କା, କାଚ ଚୁଡି, ରୂପା ଗୋଡମୁଦି, ଏକ ସୁନେଲୀ ରଙ୍ଗର ଚେନ ସମେତ ବିଭିନ୍ନ ପ୍ରଶାଧନ ସାମଗ୍ରୀ ମିଳିଥିବା ଜଣାପଡିଛି।

 

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories