www.samajalive.in
Saturday, December 6, 2025
16.1 C
Bhubaneswar

ମେସିନ ଖୋଳୁଛି ମନରେଗା କ୍ଷେତ ପୋଖରୀ

ଦେବଗଡ଼ :ଗ୍ରାମାଂଚଳର ବିକାଶ ସମେତ ଓ କାମଧନ୍ଦା ପାଉନଥିବା ଶ୍ରମିକଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା(ମନରେଗା)ଯୋଜନା ଆରମ୍ଭ କରିଛନ୍ତି। ମାତ୍ର କେତେକ ନିର୍ଦ୍ଦିଷ୍ଟ ଅସାଧୁ କର୍ମଚାରୀ, ଯନ୍ତ୍ରୀ ଓ ଅଧିକାରୀ ମାନଙ୍କ  ଯୋଗୁଁ ଦେବଗଡ ଜିଲାରେ ଏହି ଯୋଜନା ପ୍ରହଶନରେ ପରିଣତ ହୋଇଛି। ଶ୍ରମିକ ମାନେ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ ହେଁ ମନରେଗା ଅଧିନସ୍ଥ ନିର୍ମାଣ କାର୍ଯ୍ୟରେ ଶ୍ରମିକ ମାନଙ୍କୁ ନିୟୋଜିତ କରାନଯାଇ ଦିନ ଦ୍ୱି ପ୍ରହରେ ମେସିନ ସାହାଯ୍ୟରେ ନିର୍ମାଣ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଫଳରେ ଶ୍ରମିକ ମାନେ କାମଧନ୍ଦାରୁ ବଂଚିତ ହେବାସହ ଯେଉଁ ଉଦ୍ଦେଶ୍ୟ ନେଇ ଏହି ମନରେଗା ଯୋଜନା ଆରମ୍ଭ ହୋଇଛି ତାହା ସମ୍ପୁର୍ଣ୍ଣ ଭାବେ ବିଫଳ ହୋଇଛି।
ଏହି କ୍ରମରେ ମନରେଗା ଯୋଜନାରୁ ତିଲେଇବଣି ବ୍ଲକ ଦୁଧିଆନାଳୀ ଗ୍ରାମ ପଂଚାୟତର ଜାମ୍ବୁନାଳୀ ଗ୍ରାମରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ଚାଲିଥିବା କ୍ଷେତ ପୋଖରୀ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଜମ୍ବୁନାଳୀ ଗ୍ରାମର ଚାଷୀ ଲମ୍ବୋଦର ନାୟକଙ୍କ ନାମରେ ୨୦୨୧-୨୦୨୨ ଆର୍ଥୀକ ବର୍ଷରେ ଏକ କୃଷି ପୋଖରୀ ନିମନ୍ତେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ୧ଲକ୍ଷ ୯୯ ହଜାର ୮ଶହ ଟଙ୍କା ମଞ୍ଜୁର ହୋଇଥିଲା। ତେବେ ଏହାର ନିର୍ମାଣ କାର୍ଯ୍ୟରେ କୌଣସି ଶ୍ରମିକଙ୍କୁ ନିୟୋଜିତ କରାନଯାଇ ଦିନ ଦ୍ୱି’ ପ୍ରହରେ ମେସିନ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ଫଳରେ କାମ ଧନ୍ଦା ଅଭାବରୁ ହାତ ବାନ୍ଧି ବସିଥିବା ସମ୍ପୃକ୍ତ ଅଂଚଳର ଶ୍ରମିକ ମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଭାବ ପ୍ରକାଶ ପାଇଛି ।
ଏ ସମ୍ପର୍କରେ ମତାମତ ପାଇଁ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ତିଲେଇବଣି ବ୍ଲକ ମୃତିକା ସଂରକ୍ଷଣ ବିଜୟଲକ୍ଷ୍ମୀ ନାୟକଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ଉତ୍ତର ମିଳିନାହିଁ।  ଅନ୍ୟପକ୍ଷରେ ଏ ସମ୍ପର୍କରେ ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକ ଦେବାଶିଷ ଜଗଦେବଙ୍କ ମତାମତ ଲୋଡିବାରୁ ସେ ‘ଆମେ ତ କାହାକୁ କହୁନାହୁଁ ମେସିନରେ କାମ କରିବା ପାଇଁ, ଯିଏ କାମ କରୁଛି ସିଏ କାମ କରିବା ପାଇଁ ମେସିନ ଲଗାଉଥାଇ ପାରନ୍ତି ’ ବୋଲି ମନ୍ତବ୍ୟ ଦେଇଛନ୍ତି। ଫଳରେ ଏନେଇ ସମ୍ପୃକ୍ତ ଅଂଚଳର ଶ୍ରମିକ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପାଇବା ସହ ସେମାନେ ଏ ଘଟଣାର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି। ତେବେ କେବଳ , ଦେବଗଡ ଜିଲାର ବାରକୋଟ ବ୍ଲକ କିମ୍ବା ତିଲେଇବଣି ବ୍ଲକରେ ଏଭଳି ଅନିୟମିତତା ହେଉଛି ତାହା ନୁହେଁ, ଜିଲାର ରିଆମାଳ ବ୍ଲକରେ ମଧ୍ୟ ଶ୍ରମିକ ନିୟୋଜିତ କରାନଯାଇ ବିଭାଗୀୟ ଅଧିକାରୀଙ୍କ ଜ୍ଞାତସାରରେ ମେସିନ ଦ୍ୱାରା ଦିନ ଦ୍ୱି ପ୍ରହରେ କ୍ଷେତ ପୋଖରୀ ଖନନ କରାଯାଉଥିବା ଦେଖିବାକୁ ମିଳୁଛି।

 

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories