www.samajalive.in
Saturday, December 6, 2025
15.1 C
Bhubaneswar

୨୩ ନମ୍ବର ଜାତୀୟ ରାଜପଥରେ ପ୍ରବାହିତ ହେଉିଛି ଅଣ୍ଟେ ଉଚ୍ଚର ବର୍ଷାଜଳ : ବାରକୋଟ-ବଣାଇ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ଦେବଗଡ : ଗତକାଲି ରାତ୍ରିରେ ବର୍ଷା ହେବା ଫଳରେ ଦେବଗଡ ଜିଲା ବାରକୋଟ ବ୍ଲକ ସଦର ମହକୁମାରୁ ରାଉରକେଲାକୁ ସଂଯୋଗ କରୁଥିବା ୨୩ ନମ୍ବର ଜାତୀୟ ରାଜପଥର ମର୍ଡଙ୍ଗ-କାଦୋପଡା ଗ୍ରାମରେ ଅଣ୍ଟାଏ ଉଚ୍ଚର ଜଳ ପ୍ରବାହିତ ହେଉଛି। ଗତକାଲି ରାତ୍ରିରୁ ଉକ୍ତ ରସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବାସହ ବାରକୋଟ-ବଣାଇଁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଆଜି ସାମାନ୍ୟ ପାଢଣି କମିବାରୁ ଉକ୍ତ ରାସ୍ତାରେ କେତେକ ଭାରିଯାନ ଚଳାଚଳ ଆରମ୍ଭ ହୋଇଥିଲା। ମାତ୍ର ବହୁ ଭାରିଯାନ ପାଣି ମଧ୍ୟରେ ‘ସିରହିବାରୁ ଆଜି ପୁଣିଥରେ ଉକ୍ତ ରାସ୍ତାେରେ ଯାନବାହାନ ଚଳାଚଳ ବନ୍ଦ ରହିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଏନ୍‍.ଏଚ୍‍.ଏ.ଆଇ. ପକ୍ଷରୁ ସୁନ୍ଦରଗଡ ଜିଲାର ରଜାମୁଣ୍ଡାଠାରୁ ଦେବଗଡ ଜିଲାର ବାରକୋଟ ପର୍ଯ୍ୟନ୍ତ ୨୩ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଚାଲିଥିବାବେଳେ ଗାୟତ୍ରି କନଷ୍ଟ୍ରକ୍ସନ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ମାତ୍ର ଏନ୍‍.ଏଚ୍‍.ଏ.ଆଇ. କର୍ତୃପକ୍ଷଙ୍କ ଅଦୂରଦର୍ଶିତା ଓ ନିର୍ମାଣକାରୀ ସଂସ୍ଥାର ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଉକ୍ତ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ପାଣି ଜମିରହିବା ସହ ଯାତାୟାତ ସମୟରେ ଲୋକେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି। ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ଏହାର ସ୍ଥାୟୀ ସମାଧାନ କରିବାକୁ ଦେବଗଡ ଜିଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ସମେତ ବହୁ ଜନସାଧାରଣରେ ଦାବି କରିଛନ୍ତିି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories