www.samajalive.in
Saturday, December 13, 2025
27.1 C
Bhubaneswar

ଆହା କରିବାକୁ କେହିନାହିଁ : ଅର୍ଥାଭାବ ଯୋଗୁଁ ଚିକିତ୍ସିତ ହୋଇନପାରି ଜ୍ୱାଳା ଯନ୍ତ୍ରଣାରେ ଛଟପଟ ଯୁବକ

ଦେବଗଡ : ଚିକିତ୍ସା ପାଇଁ ପ୍ରତିବନ୍ଧକ ସାଜିଛି ଅର୍ଥାଭାବ। ଏଣୁ ଚିକିତ୍ସାରୁ ବଂଚିତ ହୋଇ ଜ୍ୱାଳା ଯନ୍ତ୍ରଣାରେ ଛଟପଟ ହେବାସହ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି ଦବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବଲଣ୍ଡା ପଂଚାୟତ ମୁଖ୍ୟାଳୟର ଜଣେ ନିରୀହ ଆଦିବାସୀ ଯୁବକ। ବର୍ତ୍ତମାନ ପରିସ୍ଥିତିରେ ସମ୍ପୃକ୍ତ ଯୁବକଙ୍କର ଅବସ୍ଥା ଏମିତି ଯେ, ଉଠିବା ବସିବା ଦୂରର କଥା ତାଙ୍କ ଶରୀରର ପ୍ରାୟ ୮୦ ଭାଗ ଅଂଶରେ ପାଣି ଓ ପୁଜରେ ଭର୍ତ୍ତୀ ହୋଇ ରହିବାସହ ଶରୀରରେ ଘୋଡାଇଥିବା ଚାଦର ମଧ୍ୟ ଅଠା ଭଳି ଲଟକି ରହୁଛି। ଏଣେ ଦୀର୍ଘଦିନ ହେଲା ଚିକିତ୍ସାରୁ ବଂଚିତ ରହିଥିବାରୁ ପୋଡା ଘା’ ରୁ ଦୁର୍ଗନ୍ଧ ବାହାରିବା ସହ ସଂକ୍ରମଣର ଆଶଙ୍କା ଦେଖାଦେଇଛି। ଏଭଳି ପରିସ୍ଥିତିରେ ପରିବାର ଲୋକେ ନିଃଶହାୟ ଏବଂ ନିରୂପାୟ ହୋଇପଡିବା ସହ ସହାୟତା ପାଇଁ କେବଳ ଭଗବାନଙ୍କ ଉପରେ ଭରସା କରିଛନ୍ତି। ଏହାସତ୍ତ୍ବେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଆହା ପଦେ କହିବାକୁ ଆନୁଷ୍ଠାନିକ ଭାବେ କେହିହେଲେ ଆଗେଇ ଆସି ନାହାନ୍ତି। ଫଳରେ ଯୁବକ ଜଣକ ଏବେ ଆସନ୍ନ ମୃତ୍ୟୂ ଅପେକ୍ଷାରେ ରହିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଠିକ୍ ଅଢେଇ ମାସ ପୂର୍ବେ ଗତ ଏପ୍ରିଲ ୧୬ ତାରିଖ ସଂଧ୍ୟାରେ ବାରକୋଟ ବ୍ଲକ ଅନ୍ତର୍ଗତ ବଲଣ୍ଡା ପଂଚାୟତ ସଦର ମହକୁମାର ମୁନୀ ଭୂୟାଁଙ୍କ ବଡପୁଅ ବିଭୁ ଭୂୟାଁ (୨୪) କାମଦାମ ସାରି ଗ୍ରାମ୍ୟ ଜଙ୍ଗଲ ରାସ୍ତାଦେଇ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ୧୦ ନମ୍ବର ରାଜ୍ୟ ରାଜପଥ କଡରେ ଥିବା ଅହଲ୍ୟା ବାଇ ହାଇସ୍କୁଲ ନିକଟରେ ବାରାହା ଶିକାର ପାଇଁ ବିଛାଯାଇଥିବା ୧୧କେ.ଭି. ଜୀବନ୍ତ ବିଦ୍ୟୁତ ତାରରେ ଛନ୍ଦି ହୋଇଥିଲେ। ଫଳରେ ବିଦ୍ୟୁତ କରେଣ୍ଟରେ ବିଭୁଙ୍କ ଶରୀରର ୮୦ ପ୍ରତିଶତ ଅଂଶ ପୋଡିଯିବା ସହ ସେ ଗୁରୁତର ହୋଇ ପଡିଥିଲେ। ଗ୍ରାମବାସୀଙ୍କଠାରୁ ସୂଚନା ପାଇ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବାସହ ଚିକିତ୍ସା ନିମନ୍ତେ ପ୍ରଥମେ ବାରକୋଟ ଓ ପରେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ପଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଅନ୍ୟପକ୍ଷରେ ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ଉକ୍ତଗ୍ରାମର ଶିକାରୀ ସୁନିଲ ମଲ୍ଲିକକୁ ପୁଲିସ ଗିରଫ କରି ଜେଲ ହାଜତକୁ ପଠାଇଥିଲା। ବୁର୍ଲାରେ ଦୀର୍ଘ ଏକମାସ ଧରି ଚିକିତ୍ସା କରାଯିବାସହ ଅସ୍ତ୍ରୋପଚାର କରି ତାଙ୍କର ବାମ ହାତଟିକୁ କାଟି ଦିଆଯାଇଥିଲା। ଏହାପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ବିଭୁଙ୍କ ପରିବାର ଅତ୍ୟନ୍ତ ଗରିବ ଓ ଶ୍ରମିକ ଶ୍ରେଣୀର ହୋଇଥିବାରୁ ମୂଲ ନଲାଗିଲେ ୬ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରିବା ଅସମ୍ଭବ ହୋଇଥିବାରୁ ବିଭୂଙ୍କୁ କଟକ ନେବା ପରିବର୍ତ୍ତେ ଘରକୁ ଫେରାଇ ଆଣିବା ସହ ଘର ଚଟାଣରେ ପକାଇ ରଖିବାକୁ ବାଧ୍ୟ ହୋଇଛନ୍ତି। ବିଭୁଙ୍କ ଶରୀରରୁ ଛାଡି ଯାଇଥିବା ଚମଡାରୁ ପୋଡା ଘା’ ଶୁଖିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ଗୁରୁତର ହେବାରେ ଲାଗିଛି। ଏପରିକି ପୋଡା ଘା’ରୁ ଦୁର୍ଗନ୍ଧ ବାହାରିବା ସହ ସଂପ୍ରତି ସଂକ୍ରମଣର ଆଶଙ୍କା ଦେଖାଦେଇଛି। ୫/୬ ଦିନ ହେଲା ସେ ସମ୍ପୁର୍ଣ୍ଣ ଭାବେ ଅନ୍ନ ଛାଡି ଦେବା ସହ କେବଳ ପାଣିଢୋକେ ପିଇ ଜିଉଛନ୍ତି। ଏହାସତ୍ତ୍ବେ ରାଜସ୍ୱ ବିଭାଗର କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଆନୁଷ୍ଠାନିକ ଭାବେ ତାଙ୍କ ନିକଟକୁ ଯାଇ ତାଙ୍କୁ ଆହା ପଦେ କହିବାକୁ ଆଗେଇ ଆସିନାହାନ୍ତି। ତେବେ ବିଭୂଙ୍କର ଏଭଳି ଅବସ୍ଥା ଦେଖି ବାରକୋଟ ବ୍ଲକରେ କର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ତେଜରାଜ ଧରୁଆ, କନିଷ୍ଠ ଯନ୍ତ୍ରୀ ବୁଦ୍ଧଦେବ ଜେନା ଓ ବାରକୋଟ ଥାନାର ସବ୍ ଇନ୍ସପେକ୍ଟର ପ୍ରଦୀପ ରଞ୍ଜନ ପାତ୍ରଙ୍କ ସମେତ ବଲଣ୍ଡା ପଂଚାୟତର ନାଏବ ସରପଂଚ କିଶୋର ସାହୁ ଓ ପଂଚାୟତ ନିର୍ବାହୀ ଅଧିକାରୀ ସୁରେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ତାଙ୍କୁ କିଛି କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ମାତ୍ର ପଂଚୟାତ କର୍ତ୍ତୃପକ୍ଷ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସହାୟତା ପ୍ରଦାନ କରାଯାଇନାହିଁ। ତେବେ ଆସନ୍ନ ମୃତ୍ୟୁ ଅପେକ୍ଷାରେ ରହିଥିବା ବିଭୁଙ୍କ ଅବସ୍ଥା ସମ୍ପର୍କରେ ବାରକୋଟ ବ୍ଲକର ବିଡିଓ ଟୁନୁ ମେହେରଙ୍କୁ ପଚାରିବାରୁ ସେ ଆମ ପ୍ରତିନିଧିଙ୍କ ଠାରୁ ଏକଥା ଶୁଣିଥିବା ପ୍ରକାଶ କରିବାସହ ସେ ବିଭୁଙ୍କ ନିକଟକୁ ଯାଇ ପରିସ୍ଥିତି ବୁଝିବେ ଓ ଆବଶ୍ୟକତା ଅନୁଯାୟୀ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories