ଜାତୀୟ ରାଜପଥ ୨୬ ଉପରେ ତୁଷୁରା ଆଇଆଇସିଙ୍କୁ ମାଡ଼

ଦେଓଗାଁ: ଜାତୀୟ ରାଜପଥ ୨୬ ବଲାଙ୍ଗୀର- ଦେଓଗାଁ ଦେଓଗାଁ ରାସ୍ତା ଉପରେ ଥିବା ସୋନ ଗଡ଼ ନଦୀ ଉପରେ ଜଣେ ପୁଲିସ ଅଧିକାରୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାପଡିଛି। ମାଡ଼ ଖାଇଥିବା ପୁଲିସ କର୍ମଚାରୀ ଜଣକ ବଲାଙ୍ଗୀର ଜିଲା ତୁଷୁରା ଥାନା ଅଧିକାରୀ ଶଶୀ ଭୂଷଣ ମିଶ୍ର ବୋଲି ଜଣାପଡ଼ିଛି। ଏନେଇ ଦେଓଗାଁ ପୁଲିସ ମାଡ଼ ଖାଇଥିବା ପୁଲିସକୁ ଉଦ୍ଧାର କରି ଅଧିକ ତଦନ୍ତ କରୁଛି। ଅନ୍ୟ ପକ୍ଷରେ ସାଧା ପୋଷାକରେ ଥିବା ଦୁଇ ଜଣ ନିଶାଶକ୍ତ ପୁଲିସ କର୍ମଚାରୀ ରାସ୍ତା ଉପରେ ବାବୁ ଗିରୀ ଦେଖାଇ ଜଣେ ଯୁବକକୁ ବ୍ରିଜରୁ ତଳକୁ ଫିଙ୍ଗି ଦେଉଥିଲେ ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ଫଳରେ ଜନତା ଙ୍କ ସେବାରେ ଥିବା ପୁକିସ ବାବୁ କେଉଁ କାରଣ ପାଇଁ ଯୁବକଙ୍କ ଉପରକୁ ଆକ୍ରମଣ କଲେ ତାହା ତଦନ୍ତ ସାପେକ୍ଷ।

ଗୁରୁବାର ଅପରାହ୍ନ ପ୍ରାୟ ୫ ଟା ୫୦ ମିନିଟ ସମୟରେ ସିବିଲ ଡ୍ରେସରେ ଥିବା ପୁଲିସ କର୍ମଚାରୀ ଜଣକ ଜଣେ ବାଇକ ଚାଳକଙ୍କୁ ଅଟକାଇ ଏଣେ ତେଣେ ଭାଷା ପ୍ରାୟୋଗ କରୁଥିଲେ। ଏହାକୁ ଦେଖି ପାଖରେ ଥିବା କିଛି ଯୁବକ ପାଖକୁ ଆଶିବାରୁ ଦୀପକ ନାମକ ଜଣେ ଯୁବକର ମୋବାଇଲକୁ ନଈ ଭିତର କୁ ଫିଙ୍ଗି ଦେଇଥିଲେ ପୁଲିସ ବାବୁ ଜଣକ। ଏହା ଘଟିବା ପରେ ଯୁବକ ମାନେ ପାଟି ତୁଣ୍ଡ କରିବାରୁ ଏକାଧିକ ଯୁବକ କ୍ଷଣିକ ମାତ୍ରେ ରୁଣ୍ଡ ହୋଇ ପୁଲିସ ବାବୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣା ପ୍ରଚାର ହେବା ପରେ ଦେଓଗାଁ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତ୍ୟା ମାଡ଼ ଖାଉଥିବା ପୁଲିସ କର୍ମଚାରୀ ଙ୍କୁ ଉଦ୍ଧାର କରି ଥାନା କୁ ନେଇଛନ୍ତି।ଏବେ ଏହାକୁ ନେଇ ଦେଓଗାଁ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଥିବା ବେଲେ ମାଡ଼ ଖାଇଥିବା ବାବୁ ଙ୍କୁ ଚିକିତ୍ସା ପାଇଁ ଭୀମ ଭୋଇ ମେଡ଼ିକାଲ ହସ୍ପିଟାଲକୁ ପଠାଇ ପୁଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି।

Comments are closed.