www.samajalive.in
Friday, December 5, 2025
17.1 C
Bhubaneswar

ଦେଓଗାଁରେ କଂଗ୍ରେସ ଦଳୀୟ ପତାକା ଖୁଣ୍ଟ ପୋତା ଅଭିଯାନ ଆରମ୍ଭ

ଦେଓଗାଁ: ମେଣ୍ଟ ହେବନି ବୋଲି ପ୍ରଚାର ହେବା ପରେ ବିଜେଡ଼ି -ବିଜେପି ଦଳର ନେତା ସୁପ୍ତ ହୋଇ ପ୍ରଚାର କରୁଥିବା ବେଳେ ଜୋଶରେ ନିର୍ବାଚନ ମୈଦାନକୁ ଓଳାଇଛି କଂଗ୍ରେସ। ବିଧାନସଭା ଓ ଲୋକ ସଭାର ଟିକଟ ଚୂଡାନ୍ତ ହୋଇ ନ ଥିଲେ ବି ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପତାକାର ଖୁଣ୍ଟ ପୋତା ଅଭିଯାନ ଆରମ୍ଭ କରିଛି ଦଳ। ଫଳରେ ଏବେଠୁ ନିର୍ବାଚନ ତାତି ଦେଖାଦେଲାଣି ଦେଓଗାଁ ବ୍ଳକ ଭିତରେ। ବଲାଙ୍ଗୀର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ପଞ୍ଚାୟତ ମୁଖ୍ୟାଳୟରେ ଦଳୀୟ ପତାକାର ଶୁଭ ଖୁଣ୍ଟ ପୋତା ଦେଓଗାଁ ବ୍ଳକରୁ ଆରମ୍ଭ ହୋଇଛି। ବ୍ଳକରେ ଥିବା ୨୬ ପଞ୍ଚାୟତରେ ଏହି ଖୁଣ୍ଟ ପୋତା ହେବାକୁ ଥିବାବେଳେ ପ୍ରଥମ କରି ମୁକୁନ୍ଦପୁର ଛକ, ଅର୍ଜୁନପୁର ଛକ, ଡୁମେରପିଟା, ରାମଚନ୍ଦ୍ରପୁରରେ ପତାକା ଲଗା ଖୁଣ୍ଟ ପୋତା ହୋଇଛି। ଏହି କାର୍ଯ୍ୟକ୍ରମରେ ବ୍ଳକ କଂଗ୍ରେସ ସଭାପତି ରାମଜୀ ଚୌଧୁରୀ, ସମିତି ସଭ୍ୟ କାନ୍ତେଶ୍ୱର ପ୍ରଧାନ, ସଂକୀର୍ତ୍ତନ ବାଗ, କଂଗ୍ରେସ ଜିଲ୍ଲା ଅନୁସୂଚିତ ଜନଜାତି ସଭାପତି ମୟ ପ୍ରଧାନୀ, ଜିଲ୍ଲା ସେବା ଦଳ ଅସିତ ମିଶ୍ର, ବ୍ଳକ ଉପାଧ୍ୟକ୍ଷ ସୂର୍ୟ୍ୟକାନ୍ତି ଛତ୍ରୀଆ, ବ୍ଳକ ଅନୁସୂଚିତ ସେଲ ସଭାପତି ମନବୋଧ ହରପାଳଙ୍କ ସହ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories