ଆଦିବାସୀ ବିକାଶ ସମିତିରେ ଦନ୍ତ ଚିକିତ୍ସା ଶିବିର

କେନ୍ଦୁଝରଗଡ଼ :  ଯୋଡା ବ୍ଲକ ସେରେଣ୍ଡାସ୍ଥିତ ଆଦିବାସୀ ବିକାଶ ସମିତି ଠାରେ ରୋଟାରୀ କ୍ଲବ ବଡବିଲ ଓ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌‌ ଡେଣ୍ଟାଲ ସାଇନ୍ସ ଭୁବନେଶ୍ୱର ମିଳିତ ସହଯୋଗରେ ୧୭ ଓ ୧୮ତାରିଖ ଦୁଇଦିନ ଧରି ଏକ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍‌‌ଘାଟନ କରିବା ସହ ଏହାର ସଫଳତା କାମନା କରିଥିଲେ । ବିଶିଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତା, ଡାକ୍ତର ଆନନ୍ଦମ ବାଗଚି, ଡାକ୍ତର ପି.ଭି.ସମୀର, ଡାକ୍ତର ଆଦର୍ଶ ମିଶ୍ର, ଡାକ୍ତର ସତ୍ୟମ ମହାନ୍ତି, ଡାକ୍ତର ଜନ୍ମେଜୟ ଜେନା, ଡାକ୍ତର ଆଦିତ୍ୟ ପାଣ୍ଡେ, ଡାକ୍ତର ଶୈଳେଶ ମହାନ୍ତି, ଡାକ୍ତର ପିନାକୀ ରକ୍ଷୀତ, ଡାକ୍ତର କୌଶିକ ବିଶ୍ୱାସ, ଡାକ୍ତର ଜୀବନଜ୍ୟୋତି ସାହୁ, ଡାକ୍ତର ଦେବକାନ୍ତ କୁଣ୍ଡୁ, ଡାକ୍ତର ଶ୍ରୁତି ତ୍ରିପାଠୀ, ଡାକ୍ତର ଏ.ଏନ୍‌‌.ଭାରତ ପ୍ରମୁଖ ଯୋଗଦେଇ ୬୮୫ଜଣ ଛାତ୍ରଛାତ୍ରୀଙ୍କ ଦନ୍ତ ପରୀକ୍ଷା କରିବା ସହ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲେ। ରୋଟାରୀ କ୍ଲବ ବଡବିଲର ଉପସଭାପତି ସୁନୀଲ ଝା ଓ ସମ୍ପାଦକ ମୁକେଶ ଠକ୍କର, ବରିଷ୍ଠ ସଦସ୍ୟ ଅଶୋକ ଠକ୍କର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Comments are closed.