www.samajalive.in
Saturday, December 13, 2025
21.1 C
Bhubaneswar

ମୁନିଗୁଡ଼ାରେ ଡେଙ୍ଗୁ ରୋଗୀ ଚିହ୍ନଟ, ଲୋକେ ଆତଙ୍କିତ

ମୁନିଗୁଡା: ଗୋଟିଏ ପଟେ କରୋନା ଭୂତାଣୁ ସଂକ୍ରମଣ ନେଇ ଆଶଙ୍କା, ଅନ୍ୟପଟେ ଜଣେ ରୋଗୀଙ୍କ ଡେଙ୍ଗୁ ରିପୋର୍ଟ ପଜିଟିଭ୍‌ ଆସିବା ପରେ ମୁନିଗୁଡ଼ା ସହରରେ ଭୟର ବାତାବରଣ ଖେଳିଯାଇଛି। ଡେଙ୍ଗୁ ପଜିଟିଭ୍ ରିପୋର୍ଟ ଆସିବା ପରେ ରୋଗୀଙ୍କୁ ଆବଶ୍ୟକ ଔଷଧ ଦେଇ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରିଦିଆଯାଇଛି।

ରାୟଗଡ଼ା ଜିଲା ମୁନିଗୁଡ଼ା ସଦର ମହକୁମା ଟିକରପଡ଼ା ସାହିରେ ଗତ ୨ ମାସ ମଧ୍ୟରେ ଅଜଣା ରୋଗରେ ୧୦ଜଣଙ୍କ ମୃତ୍ୟୁଘଟିଛି ଓ ବହୁଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ବିଷମକଟକ ଖ୍ରୀଷ୍ଟିଆନ୍‍ ହସ୍‍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଏଠାରେ ଅଚିହ୍ନା ରୋଗରେ ଆକ୍ରାନ୍ତ ହୋଇ ପ୍ରାୟ ୧୫ଜଣରୁ ଊର୍ଦ୍ଧ୍ବ ଚିକିତ୍ସା ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଡେଙ୍ଗୁ ପଜିଟିଭ୍‍ ବାହାରିଥିବା ଖ୍ରୀଷ୍ଟିଆନ୍‍ ହସ୍‍ପିଟାଲ୍‍ ରିପୋର୍ଟରୁ ଜଣାପଡ଼ିଛି। ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ ଖେଳି ଯାଇଥିବାବେଳେ ରାୟଗଡ଼ା ସହରରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ଯୋଗୁ ଲୋକେ ଭୟଭୀତ ହୋଇ ଜୀବନ ଅତିବାହିତ କରୁଛନ୍ତି। ତେବେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ରିପୋର୍ଟ ଘରୋଇ ଡାକ୍ତରଖାନାରେ ଡେଙ୍ଗୁ ପଜିଟିଭ୍ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇଛି। ଗାଁରେ ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପ ପକାଇ ଲୋକଙ୍କୁ ସଚେତନ କରିବା ସହିତ ଚିକିତ୍ସା ଆରମ୍ଭ କରିଛି।

- Advertisement -

ଗତ ୨ ମାସ ମଧ୍ୟରେ ଟିକରପଡ଼ାର ମୀରା ପଲକିଆ, ଶଙ୍କର ଗରଡ଼ିଆ, ରୁକୁନି ଗରଡ଼ିଆ, ସୁକ ବାଘ, ବିଭୂ କିଶୋର ବାଘ, ଜିତୁ କନ୍ଧପାଣି, ବୀର କରକରିଆ, ରଥ ନାଗ, ସିରେନ୍ଦ୍ର ବାଗଙ୍କ ସମେତ ୧୦ ଜଣ ଅଚିହ୍ନ ରୋଗରେ ମୃତ୍ୟୁବରଣ କରିସାରିଛନ୍ତି। ଏ ସମ୍ପର୍କରେ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସକ ଡା.ସଞ୍ଜୟ କୁମାର କହିଛନ୍ତି ଯେ ପଚାରିବାରୁ ଉକ୍ତ ସାହିରୁ ପ୍ରାୟ ୪ ଏଠାକୁ ଚିକିତ୍ସା ପାଇଁ ଆସିଥିଲେ। ସେମାନଙ୍କୁ ଅଧିକ ଚିକିତ୍ସା ସେବା ପ୍ରଦାନ ପାଇଁ ରାୟଗଡ଼ା ଜିଲା ଚିକିତ୍ସା କେନ୍ଦ୍ରକୁ ସୁପାରିଶ କରାଯାଇଥିଲା, କିନ୍ତୁ ସେମାନେ ସେଠାକୁ ନ ଯାଇ ବିଷମକଟକ ଖ୍ରୀଷ୍ଟିଆନ୍‍ ହସ୍‍ପିଟାଲ୍‍କୁ ପଳାଇଥିବା ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା। ଅପରପକ୍ଷରେ ମୃତ୍ୟୁବରଣ କରିଥବାବ୍ୟକ୍ତିମାନେ ଡେଙ୍ଗୁରେ ଆକ୍ରାନ୍ତ ନୁହଁନ୍ତି ବୋଲି ସେ କହିଥିଲେ।

ଟିକରପଡ଼ାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ଏବଂ ଅଜଣା ରୋଗରେ ଲୋକଙ୍କ ମୃତ୍ୟୁ ହେଉଥିବାରୁ ସେମାବାର ଜିଲାରୁ ଏକ ସ୍ୱାସ୍ଥ୍ୟବିଭାଗର ଅଧିକାରୀ ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ବିଡିଓ ଦିଲ୍ଲୀପ କୁମାର ବେହେରା, ତହସିଲଦାର ଦେବାଶିଷ ଗୌଡ଼, ଡା.ସଞ୍ଜୟ କୁମାର ଟିକରପଡ଼ା ସାହିକୁ ଯାଇ ପରିମଳ ବ୍ୟବସ୍ଥାକୁ ସଫାସୁତୁରା ରଖିବା ସହ ନିଜେ ପରିସ୍କାର ରହିବା ପାଇଁ ପରାମର୍ଶ ଦେଇଥିଲେ। ବିଷମକଟରେ ଜଣଙ୍କୁ ଡେଙ୍ଗୁ ଚିହ୍ନ ହେବା ପରେ ସାରା ମୁନିଗୁଡ଼ା ଅଞ୍ଚଳରେ ଡେଙ୍ଗୁ ରୋଗ ନେଇ ଏକ ପ୍ରକାର ଆତଙ୍କ ଖେଳିଯାଇଛି। ଗୋଟିଏ ପଟେ କରୋନା ମହାମାରୀ ଭୂତାଣୁକୁ କିଛି ଜନସାଧାରଣଙ୍କ ଆତଙ୍କିତ ଥିବାବେଳେ ପୁଣ ଏକପ୍ରକାର ଡେଙ୍ଗୁ ରୋଗରେ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବାଗୁଜବ ମନରେ ଭୟଭୀତ ସୃଷ୍ଟି ହୋଇଛି। ବିଡିଓ ଦିଲ୍ଲୀପ କୁମାର ବେହେରା କହିଛନ୍ତି ଯେ ପ୍ରଶାସନ ଏଥିପ୍ରତି କଡ଼ା ନଜର ରଖିଛି। ଜନସାଧାରଣ ଏଥିପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ। ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories