ସ୍ବାସ୍ଥ୍ୟକର୍ମୀ, ପୁଲିସଙ୍କୁ ରାଷ୍ଟ୍ରପତିଙ୍କ ଧନ୍ୟବାଦ
ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ସଂଗ୍ରାମ ଚଳାଇଥିବା ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ, ପୁଲିସ, ଅର୍ଦ୍ଧସାମରିକ ବାହିନୀ, ସୈନ୍ୟବାହିନୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧନ୍ୟବାଦ ଜଣାଇଛନ୍ତି । ସୋମବାର ରାଷ୍ଟ୍ରପତି ତାଙ୍କ ଟ୍ବିଟର ମାଧ୍ୟମରେ ଏହି ଧନ୍ୟବାଦ ଜଣାଇଛନ୍ତି । ରାଷ୍ଟ୍ରପତି ଟ୍ବିଟରରେ ଲେଖିଛନ୍ତି ଯେ ଦେଶରେ ଲକଡାଉନକୁ ପ୍ରଭାବଶାଳୀ କରିବା ପାଇଁ ପୁଲିସ ବାହିନୀ ତାର ଦକ୍ଷତା ଓ ସମ୍ବେଦନଶୀଳତାର ପରିଚୟ ଦେଇଛି। ଆମର ସଶସ୍ତ୍ର ବାହିନୀ ଓ ଅର୍ଦ୍ଧସାମରିକ ବାହିନୀ ସୀମାପାର ଆତଙ୍କବାଦୀଙ୍କ କବଳରୁ ଦେଶକୁ ରକ୍ଷା କରୁଛନ୍ତି । ଏଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଏହା ସହିତ ଦେଶର ସମସ୍ତ ଦେଶବାସୀ, ବେସରକାରୀ ସଂସ୍ଥା, ରେଡକ୍ରସ, ସାମାଜିକ, ଧାର୍ମିକ ଅନୁଷ୍ଠାନ ଯେଉଁମାନେ କି ବିଭିନ୍ନ ଉପାୟରେ ଏପରି ବିପଦରେ ଦେଶ ପାଇଁ ସେବା କରୁଛନ୍ତି ସେମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି ।
Comments are closed.