ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡେଙ୍ଗୁ ସଚେତନତା
ପାଟଣା : ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ପାଟଣା ସମ୍ମନ୍ଵିତ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନ୍ତର୍ଗତ ଶୁଷ୍କତା ଦିବସ ବା ଡ୍ରାଏ-ଡେ ପାଳନ କରାଯାଇଛି। ଏହି ଅବସରରେ ସାଙ୍କେତିକ ସୂଚନା ଆଧାରରେ ମିଶନଶକ୍ତି କାର୍ଯ୍ୟାଳୟ ଓ ଆଇସିଡିଏସ କାର୍ଯ୍ୟାଳୟ ଆଖପାଖରେ ପଡିରହିଥିବା ଜଳ ଶୁଷ୍କତା ସହିତ କଟା ପଇଡ଼, ପରିତ୍ୟକ୍ତ ଗ୍ଲାସ, ଭଙ୍ଗା କପ ଓ ପୁରୁଣା ହାଣ୍ଡି ଆଦିରେ ଜମି ରହିଥିବା ପାଣିକୁ ନଷ୍ଟ କରାଯାଇ ଲୋକମାନଙ୍କୁ ଶୁଷ୍କତା ଦିବସ ପାଳନର ବାର୍ତ୍ତା ପ୍ରଦାନ କରାଯାଇଥିଲା। ସିଡିପିଓ କଳ୍ପନା ଦୋରା, ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ, ପିଏଚଇଓ ସରୋଜିନୀ ସେଠୀ, କିଟତତ୍ୱଵିତ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଭିବିଡିଟିଏସ ଜଗନ୍ନାଥ ମହାନ୍ତ ପ୍ରମୁଖଙ୍କ ସହ ସମସ୍ତ ଆଇସିଡ଼ିଏସ ପରିଦର୍ଶିକା ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ କାର୍ଯ୍ୟକ୍ରମରେ ସାମିଲ ଥିଲେ।
Comments are closed.