www.samajalive.in
Saturday, December 6, 2025
26.1 C
Bhubaneswar

ଆର୍‌ସିବିକୁ ହରାଇଲା ଦିଲ୍ଲୀ; ଉଭୟ ଦଳ ପ୍ଲେଅଫ୍‌ରେ

ଆବୁଧାବି : ଚଳିତ ଆଇପିଏଲ୍‌​‌ରେ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୬ ୱିକେଟରେ ଦିଲ୍ଲୀ ପରାସ୍ତ କରିଛି। ଏହି ଫଳାଫଳ ସତ୍ତ୍ବେ ଉଭୟ ଦିଲ୍ଲୀ ଓ ଆର୍‌ସିବି ପ୍ଲେଅଫ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସାମୂହିକ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୭ ୱିକେଟରେ ୧୫୨ ରନ୍ କରିଥିଲା। ପରେ ଶିଖର ଧାୱନ ଓ ଅଜିଙ୍କ୍ୟ ରାହାଣେଙ୍କ ଅର୍ଦ୍ଧଶତକ ବଳରେ ୧୯ ଓଭରରେ ୪ ୱିକେଟ ହରାଇ ଦିଲ୍ଲୀ ଜିତିଥିଲା। ଫଳରେ ୧୪ଶ ତଥା ଅନ୍ତିମ ମ୍ୟାଚ୍‌ରେ ୮ମ ବିଜୟ ପରେ ୧୬ ପଏଣ୍ଟ ସହ ଦିଲ୍ଲୀ ପ୍ଲେଅଫ୍‌ ଖେଳିବା ନିଶ୍ଚିତ କରିବା ସହ ମୁମ୍ବଇ ଇଣ୍ଡିଆନ୍‌ସ ପରେ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିବା ନିଶ୍ଚିତ କରିଛି। ଫଳରେ ମୁମ୍ବଇ ଓ ଦିଲ୍ଲୀ ଆସନ୍ତା ଗୁରୁବାର କ୍ବାଲିଫାୟର ମ୍ୟାଚ୍‌ ଖେଳିବେ। ୧୪ ପଏଣ୍ଟ ପାଇଥିବା ଆର୍‌ସିବି ପ୍ଲେଅଫ୍‌ରେ ପହଞ୍ଚିଥିଲେ ହେଁ ଏହା ୩ୟ କି ୪ର୍ଥ ସ୍ଥାନରେ ରହିବ; ତାହା ମଙ୍ଗଳବାର ଖେଳାଯିବାକୁ ଥିବା ସନ୍‌ରାଇଜର୍ସ-ମୁମ୍ବଇ ଇଣ୍ଡିଆନ୍‌ସ ମ୍ୟାଚ୍‌ର ଫଳାଫଳ ପରେ ଜଣାପଡ଼ିବ। ପ୍ଲେଅଫ୍ ଖେଳିବା ପାଇଁ ସନ୍‌ରାଇଜର୍ସକୁ ଜିତିବାକୁ ପଡ଼ିବ। ତେବେ ମୁମ୍ବଇ ଜିତିଲେ କଲକାତା ନାଇଟ୍‌ ରାଇଡର୍ସ ପ୍ଲେଅଫ୍‌ ଖେଳିବ।

ଉଭୟ ଦଳଙ୍କ ପାଇଁ ଏହି କର ବା ମର ମ୍ୟାଚ୍‌ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ଫିଲ୍‌ଡିଂ ନିଷ୍ପତ୍ତି ନେଇଥିଲା। ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଓପ୍‌ନର ଦ୍ବୟ ୪ ଓଭରରେ ୨୫ ରନ୍‌ର ଭାଗିଦାରୀ କରିବା ପରେ ପ୍ରଥମ ୱିକେଟ ହରାଇଥିଲା। ଜୋସ୍ ଫିଲିପ୍‌ ୧୭ ବଲ୍‌ରୁ ୧୨ ରନ୍‌କରି ଆଉଟ ହୋଇ ଯାଇଥିଲେ। ପରେ ଯୁବ ଓପ୍‌ନର ଦେବଦତ୍ତ ପାଡିକଲ ଓ ଅଧିନାୟକ ବିରାଟ କୋହଲି ଧିରେସୁସ୍ଥେ ସ୍କୋର୍‌କୁ ଆଗେଇ ନେଇଥିଲେ। ୨ୟ ୱିକେଟ ପାଇଁ ୫୭ ରନ୍‌ର ଭାଗିଦାରୀ ପରେ ବଡ଼ ସଟ୍‌ ମାରିବା ପ୍ରୟାସରେ କୋହଲି ଆଉଟ ହୋଇଥିଲେ। କୋହଲି ୨୪ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୯ ରନ୍ କରିଥିଲେ। ତାଙ୍କ ଚମତ୍କାର ଫର୍ମ ଜାରିରଖି ପାଡିକଲ ୪୦ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପରେପରେ ଦେବଦତ୍ତ ପାଡିକଲ ୱିକେଟ ହରାଇଥିଲେ। ବାମହାତି ପାଡିକଲ ୪୧ ବଲ୍‌ରୁ ୫ଟି ଚୌକା ସହ ୫୦ ରନ୍ କରିଥିଲେ। କ୍ରିସ୍ ମରିସ୍ ଖାତା ଖୋଲି ପାରିନଥିଲେ। ପରେ ଏବି ଡି’ଭିଲିଅର୍ସ ଓ ଶିବମ୍ ଦୁବେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଫଳରେ ଶେଷ ୩ ଓଭରରୁ ୩୫ ରନ୍ ହୋଇଥିଲା। ବାମହାତି ଶିବମ୍ ଦୁବେ ୧୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୭ ରନ୍ କରିଥିଲେ। ଶେଷ ଓଭରରେ ରନ୍‌ଆଉଟ ହୋଇଥିବା ଡି’ଭିଲିଅର୍ସ ଆକ୍ରମଣାତ୍ମକ ବ୍ୟାଟିଂକରି ୨୧ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୩୫ ରନ୍ କରିଥିଲେ। ଅନ୍ତିମ ଓଭରରେ ୨ଟି ସହ ଆନ୍‌ରିଚ ନେ​‌େ​‌ର୍ଜ୍ୟ ୩ଟି ଓ କାଗିସୋ ରାବାଡ଼ା ୨ଟି ୱିକେଟ ନେଇଥିଲେ।

- Advertisement -

୧୫୩ ରନ୍‌ ବିଜୟଲକ୍ଷ୍ୟ ନେଇ ଦିଲ୍ଲୀ କ୍ୟାପିଟାଲ୍‌ସ ଇନିଂସ ଆରମ୍ଭକରି ଦ୍ରୁତଗତିରେ ଇନିଂସ ଆରମ୍ଭ କରିଥିଲା। ତେବେ ୨ୟ ଓଭରରେ ପୃଥ୍ବୀ ସ’ ୨ଟି ଚୌକା ସହ ୯ ରନ୍‌କରି ଆଉଟ ହୋଇ ଯାଇଥିଲେ। ଆରମ୍ଭରୁ ଅନ୍ୟ ଓପ୍‌ନର ଶିଖର ଧାୱନ ଚମତ୍କାର ବ୍ୟାଟିଂ କରିଥିଲେ। ପରେ ଅଜିଙ୍କ୍ୟ ରାହେଣେ ମଧ୍ୟ ଲୟରେ ନଜର ଆସିଥିଲେ। ୬ ଓଭର ପାୱରପ୍ଲେ ଶେଷରେ ଦିଲ୍ଲୀ ୫୩ ରନ୍ କରିଥିଲା। ଧାୱନ ଓ ରାହାଣେ ଦୃଢ଼ତାର ସହ ଦଳକୁ ବିଜୟଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। ୨ୟ ୱିକେଟ ପାଇଁ ରାହାଣେଙ୍କ ସହ ୧୧ ଓଭରରେ ୮୮ ରନ୍‌ର ଭାଗିଦାରୀ କରିବା ପରେ ଧାୱନ ଆଉଟ ହୋଇଥିଲେ। ବାମହାତି ଧାୱନ୍ ୪୧ ବଲ୍‌ରୁ ୬ଟି ଚୌକା ସହ ୫୪ ରନ୍ କରିଥିଲେ। ୩୭ ବଲ୍‌ରେ ଅଭିଜ୍ଞ ରାହାଣେ ଅର୍ଦ୍ଧଶତକ ପୂରଣ କରିଥିଲେ। ପରେ ଦିଲ୍ଲୀ ଜଲ୍‌ଦି ୨ଟି ୱିକେଟ ହରାଇଥିଲା। ଅଧିନାୟକ ଶ୍ରେୟାସ ଆୟର ୭ ରନ୍‌କରି ବିଦାୟ ନେଇଥିଲେ। ରାହାଣେ ୪୬ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୬୦ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଋଷଭ ପନ୍ତ୍ ଓ ମାର୍କସ ଷ୍ଟୋଇନିସ୍ ଦିଲ୍ଲୀକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ପନ୍ତ୍ ୮ ଓ ଷ୍ଟୋଇନିସ୍ ୧୦ ରନ୍‌କରି ଅପରାଜିତ ଥିଲେ। ଶାହାବାଜ୍ ଅହମ୍ମଦ ୨ଟି ୱିକେଟ ପାଇଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories