www.samajalive.in
Saturday, December 6, 2025
15.1 C
Bhubaneswar

ବନ୍ଦ ଦୋକାନରୁ ମିଳିଲା ବିଜେପି ମହିଳା କର୍ମୀଙ୍କ ମୃତଦେହ ; ଗଳା ଚିପି କରାଯାଇଛି ହତ୍ୟା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ନରେଲାରେ ବିଜେପି ମହିଳା କର୍ମୀଙ୍କ ମୃତଦେହ ଜବତ ହୋଇଛି। ଏହି ମୃତ ଯୁବତୀ ଗତ ୪ ଦିନ ହେବ ନିଖୋଜ ଥିଲେ। ସେ ନିଖୋଜ ଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ, ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ହତ୍ୟା କରିବା ପରେ ସେ ମଧ୍ୟ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି।
୨୮ ବଷୀୟ ବର୍ଷା ପାନୱାର ଯେଉଁ ଘରୋଇ ସ୍କୁଲରେ କାମ କରୁଥିଲେ, ସେଠାରେ ଥିବା ଏକ ଦୋକାନରୁ ତାଙ୍କର ମୃତଦେହ ଜବତ କରାଯାଇଛି। ନରେଲା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଯୋଗ୍ୟ, ନରେଲାରେ ସ୍ୱତନ୍ତ୍ର ନଗରରୁ ବାଙ୍କନେର ଯିବାକୁ ଥିବା ରାସ୍ତାରେ ଏହି ଘରୋଇ ସ୍କୁଲ ରହିଛି। ଏଠାରେ ବର୍ଷା ଚାକିରି କରୁଥିଲେ। ୨୪ ଫେବ୍ରୁଆରୀରୁ ବର୍ଷା ନିଖୋଜ ଥିଲେ। ବର୍ଷାଙ୍କ ବାପା ସେ ନିଖୋଜ ଥିବା ନେଇ ଥାନାରେ ମାମଲା ରୁଜୁ କରିଥିଲେ। ଏହି ସ୍କୁଲ ଭିତରେ ଏକ ପ୍ରସାଧନ ସାମଗ୍ରୀ ଦୋକାନ ମଧ୍ୟ ଥିଲା। ଯାହା ଦୀର୍ଘ ୪ ଦିନ ହେବ ବନ୍ଦ ଥିଲା। ଦୋକାନରେ ବାହାର ପଟୁ ତାଲା ଲଗାଯାଇଥିଲା। ବର୍ଷାଙ୍କ ବାପାର ସେହି ଦୋକାନ ଉପରେ ସନ୍ଦେହ ହେବାରୁ ବୁଧବାର ଦ୍ୱିପ୍ରହରରେ ଦୋକାନ ତାଲା ଭଙ୍ଗା ଯାଇଥିଲା। ଭିତରୁ ବର୍ଷାଙ୍କ ମୃତଦେହ ଜବତ ହୋଇଥିଲା। ବର୍ଷାଙ୍କ ଗଳାରେ ଦାଗ ମଧ୍ୟ ଥିଲା। ଗଳା ଚିପି ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି। ବର୍ଷା ବିଜେପିର ସକ୍ରିୟ କର୍ମୀ ଥିଲେ। ବିଜେପିର ଅନେକ ନେତାଙ୍କ ସହ ତାଙ୍କ ଫଟୋ ମଧ୍ୟ ଦେଖାଯାଇଛି। ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories